Categories: ମେଟ୍ରୋ

ପିଲାଙ୍କ ଭବିଷ୍ୟତ ଗଠନରେ ଜେଜେମା’ ଓ ଜେଜେବାପାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ପିଲାଙ୍କ ଉତ୍ତମ ଚରିତ୍ର ଓ ଭବିଷ୍ୟତ ଗଠନରେ ଜେଜେମା’ ଓ ଜେଜେବାପାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଶନିବାର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଇନ୍ଦ୍ରପ୍ରସ୍ଥ ଅଡିଟୋରିୟମ୍‌ରେ ‘ଗ୍ରାଣ୍ଡ ପ୍ୟାରେଣ୍ଟସ୍‌ ଡେ’ ପାଳିତ ହୋଇଯାଇଛି। ପାରମ୍ପରିକ ପଦ୍ଧତିରେ ଜେଜେମା’, ଜେଜେବାପାମାନଙ୍କୁ ସ୍ବାଗତ କରିବା ସହ ଏହି ଉତ୍ସବକୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ କରାଯାଇଥିଲା। ‘ଗ୍ରାଣ୍ଡପ୍ୟାରେଣ୍ଟସ୍‌ ଡେ’ର ମହତ୍ତ୍ୱକୁ ନେଇ ଏକ କାହାଣୀ ଭିଡିଓ ପ୍ରେଜେଣ୍ଟେଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଜେଜେମା’ ଓ ଜେଜେବାପାଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ସାଇ ଇଣ୍ଟରନ୍ୟାଶନାଲ ଏଜୁକେଶନ୍‌ ଗ୍ରୁପ୍‌ ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ ଛାତ୍ରୀଛାତ୍ରଙ୍କ ଜେଜେମା’ ଓ ଜେଜେବାପାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପିଲାମାନଙ୍କ ସମ୍ପୂର୍ଣ୍ଣ ବିକାଶ ଓ ଭବିଷ୍ୟତ ଗଠନରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏଣୁ ପିଲାମାନଙ୍କ ସହ ସେମାନେ ସମୟ ଅତିବାହିତ କରିବା ନିହାତି ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ।

Share