ପିଲାଙ୍କ ମସ୍ତିଷ୍କ ବୃଦ୍ଧି କରେ ପ୍ରତ୍ୟହ ଗୋଟିଏ ଅଣ୍ଡା

ଓ୍ବାଶିଂଟନ୍‌: ଆମେରିକାର କେତେଜଣ ଗବେଷକଙ୍କ ମତାନୁଯାୟୀ ଶିଶୁଙ୍କୁ ଦୈନିକ ଗୋଟିଏ ଲେଖାଁ ଅଣ୍ଡା ଖାଇବାକୁ ଦେଲେ ସେମାନଙ୍କ ମସ୍ତିଷ୍କର ବିକାଶ ଠିକ୍‌ ଭାବେ ହୋଇଥାଏ। ଅଣ୍ଡା ପିଲାଙ୍କର କୋଲାଇନ୍‌ ଏବଂ ଡିଏଚ୍‌ଏ ସ୍ତର ବୃଦ୍ଧି କରିଥାଏ, ଯାହା ମସ୍ତିଷ୍କ ବିକାଶର ଏକ ମୁଖ୍ୟ ଉପାଦାନ। ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞଙ୍କ ମତରେ କ୍ଷୀର ଓ ମଞ୍ଜି ଖାଦ୍ୟ ପରି ଅଣ୍ଡା ବି ଏମିତି ଭାବେ ତିଆରି ହୋଇଛି, ଯାହା ପିଲାଙ୍କର ମସ୍ତିଷ୍କ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଅଣ୍ଡାରେ ଆବଶ୍ୟକ ପରିମାଣରେ ଫ୍ୟାଟି ଏସିଡ୍‌, ପ୍ରୋଟିନ୍‌, କୋଲାଇନ୍‌, ଭିଟାମିନ୍‌-ଏ ଏବଂ ଭିଟାମିନ୍‌ ବି-୧୨, ସେଲେନିୟମ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୂର ହୋଇ ରହିଛି।