ନୂଆଦିଲ୍ଲୀ,୧୫।୮: ସମଗ୍ର ଦେଶ ପାଳୁଛି ୭୩ତମ ସ୍ବାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲାଠାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦେଶର ବିଭିନ୍ନ ବିଷୟକୁ ନେଇ ଭାଷଣ ଦେଇଥିଲେ। ଆଉ ଭାଷଣ ସରିବା ପରେ ମୋଦି ସେଠାରେ ଥିବା ପିଲାମାନଙ୍କ ସହ ମିଶିଥିଲେ। ପିଲାମାନେ ମଧ୍ୟ ବଡ ଉତ୍ସୁକତାର ସହ ମୋଦିଙ୍କୁ ପାଖରେ ପାଇ ଯେମିତି କେଉଁ ଏକ ଅଜଣା ଦୁନିଆରେ ହଜିଯାଇଥିବା ପରି ଲାଗୁଥିଲା। ସୂଚନାଯୋଗ୍ୟ, ସ୍ବାଧୀନତା ଦିବସ ଅବସରରେ ମୋଦି ତାଙ୍କ ଭାଷଣରେ ତିନ୍ ତଲାକ ଓ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।