Advertisement

ପିଲାଙ୍କ ସ୍କୁଲ ବ୍ୟାଗରେ ଚାଉଳ ଭର୍ତ୍ତି କରି ଅଡୁଆରେ ଶିକ୍ଷକ

ହୋଲି(ଚମ୍ବା),୨୫।୬: ହିମାଚଳ ପ୍ରଦେଶର ଚମ୍ବା ଜିଲାରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନଙ୍କ ବ୍ୟାଗରୁ ବହି ଖାତା କାଢି ଚାଉଳ ଭର୍ତ୍ତି କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଭରମୋର ଅଞ୍ଚଳର ଏକ ପ୍ରାଇମେରୀ ସ୍କୁଲରେ ପିଲାମାନଙ୍କ ବ୍ୟାଗରେ ମଧ୍ୟାହ୍ନ ଭୋଜନ ପାଇଁ ଜଣେ ଶିକ୍ଷକ ଚାଉଳ ଭର୍ତ୍ତି କରି ନେଇ ଯିବାକୁ କହିଥିଲେ। ପିଲାମାନେ ବ୍ୟାଗ୍‌ରେ ଚାଉଳ ଭର୍ତ୍ତି କରୁଥିବାର ଖବର ଜଣାପଡିବା ପରେ ଏବେ ଏହା ଚର୍ଚ୍ଚାର ବିଷ ପାଲଟିଛି। ଏହା ଜାଣିବା ପରେ ସ୍କୁଲ ପ୍ରବନ୍ଧନ ସମିତିର ଅଧିକାରୀମାନେ ଏହାକୁ କଡା ବିରୋଧ କରିଛନ୍ତି। ଅନ୍ୟପଟେ ଭରମୋର ପ୍ରଶାସନ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share