ପିଲାଙ୍କ ସ୍ପେଶାଲ ସମର ଭ୍ୟାକେଶନ

ସମର ଭ୍ୟାକେଶନ ପିଲାଙ୍କ ପାଇଁ ଯେତିକି ଖାସ୍‌ ବାପାମା’ଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପିଲାଙ୍କୁ ବିଜି ରଖିବା ପାଇଁ ଯେକୌଣସି କ୍ଲାସ୍‌ରେ ଭର୍ତ୍ତି କରିଦେବାଟା ଠିକ୍‌ ନୁହେଁ। ପ୍ରଥମେ ତା’ର ପସନ୍ଦ ନାପସନ୍ଦକୁ ବୁଝନ୍ତୁ ଓ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ ହେବାଭଳି କ୍ଲାସ୍‌କୁ ପଠାନ୍ତୁ। ଜାଣନ୍ତୁ ସେନେଇ କିଛି ଟିପ୍ସ…।
ପବ୍ଲିକ୍‌ ସ୍ପିକିଂ
ପବ୍ଲିକ୍‌ ସ୍ପିକିଂ କେବଳ ପିଲାଙ୍କ ପାଇଁ ନୁହେଁ ବରଂ ପ୍ରତ୍ୟେକଙ୍କ ପାଇଁ ଜରୁରୀ। ଏହାଦ୍ୱାରା ସେ ନିଜ କଥାକୁ ଅନ୍ୟ ଜଣଙ୍କ ଆଗରେ ଠିକ୍‌ ଭାବେ ପରିପ୍ରକାଶ କରିପାରିବ। ଆତ୍ମବିଶ୍ୱାସ ବଢ଼ିବା ସହ କୌଣସି ପ୍ରକାର ପ୍ରେଜେଣ୍ଟେଶନ ବେଳେ ସେ ଭୟଭୀତ ହେବନାହିଁ।
ଡ୍ୟାନ୍ସ, ଡ୍ରାମା, ଆକ୍ଟିଂ
ଏହା ହେଉଛି ଏପରି କ୍ଷେତ୍ର, ଯେଉଁଠି ପିଲାଙ୍କୁ ଷ୍ଟେଜ୍‌ରେ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ। ଏହାଦ୍ୱାରା ପିଲାଙ୍କ ଆତ୍ମବିଶ୍ୱାସ ବଢ଼ିବା ସହ ବ୍ୟକ୍ତିତ୍ୱରେ ଉତ୍ତମ ପରିବର୍ତ୍ତନ ଆସିଥାଏ।
ସ୍ପୋର୍ଟସ
ପିଲାର ଯେଉଁ ସ୍ପୋର୍ଟସ ପ୍ରତି ରୁଚି ଅଛି ତାକୁ ସେହି ଦିଗରେ ଉତ୍ସାହିତ କରନ୍ତୁ। ଆଜିକାଲି ଅଧିକାଂଶ ପିଲାଙ୍କ ଶରୀରରେ ଭିଟାମିନ୍‌ ଡି୩ ଏବଂ ଭିଟାମିନ୍‌ ବି୧୨ କମ୍‌ ରହୁଛି। କାରଣ ସାରାଦିନ ଘରେ ରହି ଗ୍ୟାଜେଟ୍‌ସରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କ ଶରୀରର ଏକ୍ସରସାଇଜ୍‌ ହୋଇପାରୁନି। ତେଣୁ ସମର୍‌ ଭ୍ୟାକେଶନରେ ପିଲାକୁ ଏପରି କ୍ଲାସ୍‌କୁ ପଠାନ୍ତୁ, ଯେଉଁ ଆଉଟ୍‌ଡୋରରେ ସ୍ପୋର୍ଟସ ଶିଖାଯାଉଥିବ।
ପ୍ରାକ୍ଟିକାଲ ସାଇନ୍ସ
ବହି ପଢ଼ି ପିଲା ଯେତିକି ଶିଖି ନ ପାରିବେ ତା’ଠାରୁ ଅଧିକ ପ୍ରାକ୍ଟିକାଲ କ୍ଲାସ ଯାଇ ଏକ୍ସପେରିମେଣ୍ଟ କରି ଶିଖିପାରିବେ।
କୁକିଂ
ପୁଅ ହେଉ ଅବା ଝିଅ, ରୋଷେଇର ବେସିକ୍‌ ଜ୍ଞାନ ରହିବା ଆବଶ୍ୟକ। ପିଲାମାନେ ବି ଜାଣିବା ଦରକାର ଯେ ରୋଷେଇ କରିବାରେ କିପରି ପରିଶ୍ରମର ଆବଶ୍ୟକତା ରହିଛି। ଏହା ଦ୍ୱାରା ସେମାନେ ଆଉ ଖାଦ୍ୟ ନଷ୍ଟ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image