ପିଲାଙ୍କ ସ୍ମରଣଶକ୍ତି କିପରି ବଢ଼ାଇବେ

କେତେଜଣ ଅଭିଭାବକଙ୍କ ଚିନ୍ତା ଥାଏ ଯେ ସେମାନଙ୍କ  ପିଲା ପଢ଼ୁଥିବା ପାଠ ଏବଂ ଲେଖିଥିବା ପାଠକୁ ସହଜରେ ମନେ ରଖିପାରେନି। ସେମାନେ ଏହାର ପଛରେ ଥିବା ସତ୍ୟତାକୁ ବୁଝିପାରନ୍ତି ନାହିଁ। ପିଲା ପଢ଼ା ହୋଇଥିବା ପାଠକୁ କିପରି ସହଜରେ ମନେରଖିବ ଏଥିପାଇଁ କିଛି ସରଳ ଉପାୟ ରହିଛି। ସେ ସମ୍ପର୍କରେ ଟିପ୍ସ…

-ସବୁ ଜିନିଷ ମନେରଖିବାକୁ ହେଲେ ତାଙ୍କୁ ମନ ଭିତରେ ସେହି ଜିନିଷ ସବୁବେଳେ ଭାବିବା ଦ୍ୱାରା ତାହା ସହଜରେ ମନେରହିଥାଏ। ପିଲା ଯାହାବି ପଢ଼ୁଛି ଆପଣ ତାକୁ ଭିଜୁଆଲ ଗେମ୍ସ,ପ୍ଲେ କାଡର୍‌ସ ଓ କିଛି ଏମିତି ଜିନିଷର ସହାୟତା ନେଇପାରିବେ। ଏହାଦ୍ୱାରା ପିଲାକୁ ଶିଖିବା ପାଇଁ ସହଜ ହେବ।
-ପିଲାକୁ ଟିଚରଙ୍କ ସହ କିପରି ମିଶି ପଢ଼ିବାକୁ ହେବ ସେ ବିଷୟରେ ତା’ମନରେ ଧାରଣା ସୃଷ୍ଟି କରନ୍ତୁ। ଏହି କଥାକୁ ପିଲାଟିକୁ ବେଶ୍‌ ସରଳ ଏବଂ ଥଣ୍ଡା ମିଜାଜ୍‌ରେ ବୁଝାନ୍ତୁ। ଯେତେବେଳେ ପିଲାକୁ ପଢ଼ାଉଛନ୍ତି ଉଚ୍ଚ ସ୍ବରରେ ଆପଣ କହିବା ସହିତ ପିଲାକୁ ମଧ୍ୟ ଉଚ୍ଚ ସ୍ବରରେ କହିବାକୁ କୁହନ୍ତୁ।
-ପିଲାକୁ ଖାଦ୍ୟ ଖୁଆଇବା ସମୟରେ ଯେପରି ଅଳ୍ପ ଅଳ୍ପ କରି ଦିଆଯାଏ ସେମିତି ପଢ଼ାଇବା ସମୟରେ ସେହି ଉପାୟ ଅବଲମ୍ବନ କରନ୍ତୁ। କାହାଣୀ କବିତା ମାଧ୍ୟମରେ ପିଲାକୁ ପାଠ ପଢ଼ାନ୍ତୁ।
-ଲେଟରକୁ ସବୁ ଅଲଗା ଅଲଗା ରଙ୍ଗ କରି ପଢ଼ାଇବା ଦ୍ୱାରା ତାହା ପିଲାଙ୍କୁ ଆକର୍ଷିତ କରିଥାଏ ଏବଂ ପଢ଼ିବା ପାଇଁ ଆଗ୍ରହ ବଢ଼ିଥାଏ।