Categories: ଜାତୀୟ

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ…

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଛୋଟ ପିଲା ପ୍ରତିଦିନ ବ୍ୟାୟାମ କଲେ ସେମାଦଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ବ୍ୟାୟାମ ସିଧାସଳଖ ପ୍ରଭାବ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ପଡ଼ିଥାଏ। ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ କରିବା ଦ୍ୱାରା ପିଲାଙ୍କ ମନେ ରଖିବା ଶକ୍ତିରେ ସକାରାତ୍ମକ ପରିବତ୍ତନ ଆସିଥାଏ। ଜନ୍ମର ଛଅ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ଚାଲିବା, ସାଇକେଲିଂ କରିବା ଦ୍ୱାରା ମସ୍ତିଷ୍କ ସଶକ୍ତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ତେଣୁ ପିଲାଙ୍କୁ ଇନ୍‌ ଡୋର ଗେମ୍‌ ଅପେକ୍ଷା ଆଉଟ୍‌ ଡୋର ଗେମ୍‌ ଖେଳିବାକୁ ସୁଯୋଗ ଦେଲେ ଏହାର ସୁଫଳ ମିଳିଥାଏ।

Share