Categories: ଫୁରସତ

ପିଲାଦିନରୁ ମୋବାଇଲ୍‌ରେ ଖେଳୁଥିଲେ ଗେମ୍‌, ଏବେ ଏମିତି ହେଲା ଅବସ୍ଥା

ମ୍ୟାସାଚୁଏଟ୍‌ସରେ ରହୁଥିବା ଜ୍ୟାକବ୍‌ ପିନାଙ୍କ ଆଙ୍ଗୁଠି ପିଲାଦିନରୁ ଠିକ୍‌ଠାକ୍‌ ଥିଲା। ପରେ ସେ ମୋବାଇଲରେ ଗେମ୍‌ ଖେଳିବାରେ ଏତେ ସମୟ କାଟୁଥିଲେ କି, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଅଡୁଆରେ ପକାଇଛି। କାରଣ ତାଙ୍କର ହାତ ଆଙ୍ଗୁଠି ବର୍ତ୍ତମାନ ଖୁବ୍‌ ବଢ଼ି ଯାଇଛି। ଏକ ସାକ୍ଷାତକାରରେ ୨୦ ବର୍ଷୀୟ ପିନା କୁହନ୍ତି, ମୋବାଇଲ୍‌ରେ ଏକ୍ସ ବକ୍ସ ଗେମ୍‌ ଖେଳିଖେଳି ତାଙ୍କ ଆଙ୍ଗୁଠି ଲମ୍ବା ହୋଇଯାଇଛି। ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ପ୍ରାୟ ସାଢ଼େ ୪ ଇଞ୍ଚ ବଢ଼ିଯାଇଛି। ସେ କୁହନ୍ତି, ଡ୍ରେସ୍‌ ପିନ୍ଧିବା ସମୟରେ ତାଙ୍କୁ ଟିକେ ସମସ୍ୟା ହେଉଛି। ନଚେତ୍‌ ଅନ୍ୟ ସମସ୍ତ କାମ ଠିକ୍‌ରେ କରିପାରୁଛନ୍ତି।

Share