Categories: ଖେଳ

ପିଲାଦିନର ବାନ୍ଧବୀଙ୍କୁ ବିବାହ କରିଥିଲେ ଏହିସବୁ ଭାରତୀୟ କ୍ରିକେଟର୍‌

ଭାରତୀୟ କ୍ରିକେଟରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। କେତେବେଳେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାଁ ଯୋଡା ହେଲାଣି ତ ଆଉ କେତେବେଳେ କୌଣସି ବ୍ୟବସାୟୀଙ୍କ ଝିଅ ସହ ବିବାହ ଖବରକୁ ନେଇ ଚର୍ଚ୍ଚା ହୋଇଥାଏ। କିନ୍ତୁ କିଛି କ୍ରିକେଟର୍‌ ଏମିତି ଅଛନ୍ତି, ଯେଉଁମାନେ ନିଜ ପିଲାଦିନର ବାନ୍ଧବୀଙ୍କୁ ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି କ୍ରିକେଟର୍ସଙ୍କ ବିଷୟରେ..

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୦୭ ଜୁଲାଇ ୪ରେ ଲୁଚିଛପି ପିଲାଦିନର ବନ୍ଧୁ ସାକ୍ଷୀଙ୍କୁ ବିବାହ କରିଥିଲେ। ଉଭୟ ଛୋଟବେଳେ ରାଞ୍ଚିର ଶ୍ୟାମଲୀ ସ୍କୁଲରେ ପାଠ ପଢୁଥିଲେ। ସ୍କୁଲ ପଢା ଶେଷପରେ ସାକ୍ଷୀଙ୍କ ପରିବାର ଡେରାଡୁନ୍‌ ଚାଲିଯାଇଥିଲେ। ଏପଟେ ଧୋନୀଙ୍କ ପରିବାର ରାଞ୍ଚିରେ ହିଁ ରହିଥିଲେ।

ଅଜିଙ୍କେ ରାହାଣେ
ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଆଜିଙ୍କେ ରାହାଣେ ପିଲାଦିନର ବାନ୍ଧବୀ ରାଧିକା ଧୋପାକରଙ୍କୁ ବିବାହ କରିଥିଲେ।

ସୁରେଶ ରାଇନା
କ୍ରିକେଟର ସୁରେଶ ରାଇନା ମଧ୍ୟ ନିଜ ପ୍ରଥମ ପ୍ରେମକୁ ବିବାହ କରିଥିଲେ। ସେ ନିଜ ସ୍କୁଲ ସାଥୀ ପ୍ରିୟଙ୍କା ଚୌଧୁରୀଙ୍କୁ ବିବାହ କରିଥିଲେ।

ବରୁଣ ଆରୋନ
ଭାରତୀୟ ବୋଲର ବରୁଣ ଆରୋନ ପିଲାଦିନର ବାନ୍ଧବୀ ରାଗିଣୀ ଶର୍ମାଙ୍କୁ ବିବାହ କରିଥିଲେ।

ମନୋଜ ତିଓ୍ବାରୀ
ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ହାଓ୍ବଡାସ୍ଥିତ ସୁସ୍ମିତା ରାୟଙ୍କୁ ୨୦୧୩ରେ ବିବାହ କରିଥିଲେ। ଦୁହେଁ ପିଲାଦିନର ବନ୍ଧୁ ଥିଲେ।

Share