Categories: ଖେଳ

ପିଲାଦିନେ ଏହି ଖେଳାଳିଙ୍କ ଭଳି ହେବାକୁ ଚାହୁଁଥିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଏବେ କ୍ରିକେଟର ‘ସୁପର୍‌ହିରୋ’ ଆଖ୍ୟା ଦିଆଯାଇଛି। ତାଙ୍କ ବ୍ୟାଟିଂ ରେକର୍ଡ ଦେଖିଲେ ମନେ ହେଉଛି ସେ ଖୁବଶିଘ୍ର କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଦେବେ। ଆଜିକାଲି ଯୁବ କ୍ରିକେଟର୍‌ମାନେ ବିରାଟ କୋହଲିଙ୍କ ଭଳି ଖେଳାଳି ହେବାକୁ ଚାହୁଁଛନ୍ତି, କିନ୍ତୁ ପିଲାଦିନେ ବିରାଟ କେଉଁ ବ୍ୟାଟ୍ସମ୍ୟାନଙ୍କୁ ଅନକରଣ କରୁଥିଲେ ଜାଣିଛନ୍ତି, ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସଚିନ ତେନ୍ଦୁଲକର। ବିରାଟ ପିଲାବେଳେ ଟିଭିରେ ସଚିନଙ୍କ ଖେଳ ଦେଖୁଥିଲେ। ଦିନେ ତାଙ୍କ ଭଳି ଖେଳିବାକୁ ସ୍ବପ୍ନ ଦେଖିଥିଲେ। ନିକଟରେ ଏକ ସାକ୍ଷାତକାରରେ ବିରାଟ ଏକଥା ଖୁଲାସା କରିଛନ୍ତି। ସେ କହିଛନ୍ତି, ସଚିନ ପାଜିଙ୍କ ଖେଳ ଦେଖି ମୁଁ ବଡ ହୋଇଛି। ତାଙ୍କ ପ୍ରତି ସଟ୍‌ ମୋତେ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି।

Share