ପିଲାଦିନେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା

ବମ୍ବେ: ପିଲାମାନେ ମା’ବାପାଙ୍କ ଭଳି ଦେଖାଯିବା ସ୍ବାଭାବିକ କଥା। ମାତ୍ର କିଛି କ୍ଷେତ୍ରରେ ପିଲାମାନେ ଅବିକଳ ନକଲ ହୋଇଥିବା ଭଳି ମନେ ହୁଏ। ଯେପରିକି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ କଥା ଦେଖନ୍ତୁ। ପିଲାଦିନେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା। ସୋସିଆଲ ମିଡିଆରେ ଉଭୟଙ୍କ ଏପରି ଏକ ଫଟୋ ଘୁରି ବୁଲୁଛି, ଯାହାକୁ ଦେଖିଲେ ଯେ କେହି ବିଶ୍ୱାସ କରିପାରିବ ନାହିଁ। ଫଟୋରେ ଆରାଧ୍ୟା ମଧ୍ୟ ମା’ ଐଶ୍ୱର୍ଯ୍ୟାଙ୍କ ନକଲ ଭଳି ଦେଖାଯାଉଥିବା କହିପାରିବେ। ଏପରିକି ଝିଅଙ୍କ ଭଳି କେଶ ବିନ୍ୟାସ ମଧ୍ୟ ଐଶ୍ୱର୍ଯ୍ୟାଙ୍କର ଥିଲା। ଗୋଲାପି ରଙ୍ଗର ପୋଷାକ ପିନ୍ଧିଥିବା ବେଳର ଉଭୟଙ୍କ ଫଟୋକୁ କୋଲାଜ୍‌ କରାଯାଇ ଐଶ୍‌ଙ୍କ ଫ୍ୟାନ୍‌ ପେଜ୍‌ରେ ଶେୟାର କରାଯାଇଛି। ଏହା ଏବେ ଭାଇରାଲ ହେଉଛି। ତେବେ ଆରାଧ୍ୟା ହେଉଛନ୍ତି ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ସନ୍ତାନ। ୨୦୧୧ ନଭେମ୍ବର ୧୬ରେ ସେ ଜନ୍ମଲାଭ କରିଥିଲେ। ସେ ଏବେ ଲୋକପ୍ରିୟ ଷ୍ଟାର କିଡ୍‌ ତାଲିକାରେ ସାମିଲ ଅଛନ୍ତି।

Share