Categories: ଖେଳ

ପିଲାଦିନେ ପିତାଙ୍କୁ ହରାଇଥିଲେ, ପ୍ରତିଦିନ ଗୋଟିଏ ଡ୍ରେସ୍‌ ସଫା କରି ପିନ୍ଧୁଥିଲେ, ଆଜି ଟିମ୍‌ ଇଣ୍ଡିଆର ସଫଳ ବୋଲର୍‌

ସଫଳତା ସ୍ବାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ହାରିଯାଇ ପୁଣି ଜିତିବାର ଅଭିପ୍ସା ନେଇ ଆଗେଇ ଯିବାକୁ ହିଁ ପ୍ରକୃତ ସଫଳତା କୁହାଯାଏ। ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପେସ୍‌ ବୋଲର୍‌ ଜଶପ୍ରୀତ ବୁମରାହ। ଭାରତର ସବୁଠୁ ଧନୀ ମାଲିକାଣୀ ନୀତା ଅମ୍ବାନୀ ବୁମରାହଙ୍କ ସଂଘର୍ଷର କାହାଣୀ ଉପରୁ ପରଦା ଉଠାଇଛନ୍ତି। ଇଂଲଣ୍ଡରେ ଆୟୋଜିତ‘ଦ ସ୍ପୋଟର୍‌ସ ବିଜନେସ୍‌ ସମିଟ୍‌’ରେ ସେ କହିଛନ୍ତି, ବୁମରାହ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା। ନୀତା ବୁମରାହ ଏବଂ ତାଙ୍କ ମା’ ଦଲଜିତ୍‌ଙ୍କ ଏକ ଭିଡିଓ ଦେଖାଇ ଥିଲେ। ପିଲାଦିନେ ସ୍ବାମୀଙ୍କୁ ହରାଇବା ପରେ ପିଲାଙ୍କୁ ପାଳିବା ପାଇଁ ଦଲଜିତଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ଛୋଟବେଳୁ ବୁମରାହଙ୍କ କ୍ରିକେଟ ଖେଳିବାର ନିଶା ଥିଲା। କିନ୍ତୁ ପାଖରେ ଟଙ୍କା ନ ଥିବାରୁ ସେ ଟ୍ରେନିଂ ନେବା କଥା କେବେ ବି ଭାବି ନ ଥିଲେ। ପାଖରେ ହଳେ ଜୋତା ଏବଂ ହଳେ ଶର୍ଟ ପ୍ୟାଣ୍ଟ ଥାଏ। ତାକୁ ପ୍ରତିଦିନ ସଫା କରି ସେ ଘର ପାଖରେ ଥିବା ଏକ ପଡିଆରେ ବୋଲିଂ ଅଭ୍ୟାସ କରୁଥିଲେ। ଧିରେ ଧିରେ ଟଙ୍କା କରଜ କରି ସେ ଟ୍ରେନିଂ ନେବା ଆରମ୍ଭ କରିଥିଲେ। ୨୦୧୩ ଆଇପିଏଲରେ ଖେଳିବାର ସୁଯୋଗ ତାଙ୍କୁ ମିଳିଥିଲା। ପୁଅକୁ ପ୍ରଥମଥର ଟିଭିରେ ଦେଖିବା ପରେ ଆଖିରେ ଲୁହ ଥମିବାର ନାଁ ନେଉ ନ ଥିଲା ବୋଲି ଦଲଜିତ୍‌ କହିଛନ୍ତି।

Share