ପିଲାଦିନେ ଫ୍ରିଜ୍‌ ଭିତରେ ଲୁଚୁଥିଲେ ଏହି ଅଭିନେତା, ନିକଟରେ ପାଇଛନ୍ତି ଜାତୀୟ ପୁରସ୍କାର

ପିଲାଦିନେ ବହୁତ ଦୁଷ୍ଟ ଥିଲେ ଜଣେ ଅଭିନେତା। ଯିଏ କି, ନିକଟରେ ଜାତୀୟ ପୁରସ୍କାର ପାଇଛନ୍ତି। ସେ ଆଉ କେହି ନୁହନ୍ତି, ଅଭିନେତା ବିକି କୌଶଲ। ପିଲାଦିନେ ଏମିତି ଦୁଷ୍ଟ ଥିଲେ କେହି ଗାଳି ଖାଇଲେ ଫ୍ରିଜ୍‌ ଭିତରେ ଲୁଚି ଯାଉଥିଲେ। ଆଉ ମା’ ବାପାଙ୍କୁ ବହୁତ ଖୋଜିବାକୁ ପଡୁଥିଲା। ଏହି କଥା ବିକି ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି କହିଛନ୍ତି। ଫଟୋରେ ବିକି ବେକରେ ଏକ ସୂତାରେ ଘୁଙ୍ଗୁର ବାନ୍ଧିବା ସହ ଧଳା କୁର୍ତ୍ତାଟିଏ ପିନ୍ଧି ଫ୍ରିଜ୍‌ ଭିତରେ ବସିଥିବା ଦେଖିବାକୁ ମିଳିଛି।

ଏହି ଫଟୋରେ ବିକି ଖୁବ୍‌ ସୁନ୍ଦର ଦିଶୁଛନ୍ତି। ପିଲାଦିନେ ଦୁଷ୍ଟ ଥିବା ଭିକି ଏବେ ଶାନ୍ତଶିଷ୍ଟ, ଲାଜୁଆ ସ୍ବଭାବର। କହିରଖୁଛୁ, ବିକି ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ୍‌’ପାଇଁ ବେଷ୍ଟ ଆକ୍ଟର ଭାବେ ଜାତୀୟ ପୁରସ୍କାର ପାଇଛନ୍ତି। ପୁରସ୍କାର ପାଇବା ପରେ ବିକି ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ନିଜର ଖୁସି ଜାହିର କରିଛନ୍ତି। ବିକି ଲେଖିଛନ୍ତି, ମୁଁ ଏତେ ଖୁସି ଯେ, କହିବା ପାଇଁ ମୋ’ ପାଖରେ ଶବ୍ଦ ନାହିଁ। ଏହି ପୁରସ୍କାର ମୋତେ ଏକ ସ୍ବତନ୍ତ୍ର ପରିଚୟ ଆଣିଦେଇଛି। ଜୁରୀ କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଉଛି, ସେମାନେ ମୋ’ କାମ ଦେଖି ମୋତେ ଏହି ପୁରସ୍କାର ଦେବା ପାଇଁ ମୋତେ ଯୋଗ୍ୟ ବାଛିଥିଲେ।

Share