Categories: ଜାତୀୟ

ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କଲେ ଯୁବତୀ: ମର୍ମାହତ ହୋଇ ବାପା ବାଣ୍ଟିଲେ ଶ୍ରାଦ୍ଧ କାର୍ଡ

ଭୋପାଳ,୪।୮: ମଧ୍ୟପ୍ରଦେଶ ମନ୍ଦସୋର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଅଫଜଲପୁର ଥାନା ଅନ୍ତର୍ଗତ କୁଚଦୌଡ଼ ଗାଁରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀ ନିଜ ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କରିଛନ୍ତି। ଏନେଇ ତାଙ୍କ ପିତାଙ୍କ ପକ୍ଷରୁ ଥାନାରେ ଏକ ମାମଲା ଦାଏର କରାଯାଇଥିଲା। ଯୁବତୀ ଜଣଙ୍କ ସ୍ବାମୀଙ୍କ ପାଖରେ ରହିବାକୁ ଥାନାରେ କହିଥିଲେ। ଫଳରେ ଏଥିରେ ମର୍ମାହତ ହୋଇ ପିତା ଯୁବତୀଙ୍କର ଶ୍ରାଦ୍ଧ ଭୋଜି ଦେବାକୁ ମନସ୍ଥ କରି କାର୍ଡ ବାଣ୍ଟିଛନ୍ତି। ତାଙ୍କ ଜୀବିତ ଝିଅ ପାଇଁ ବାପା ଏଭଳି କରୁଥିବା ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share