Categories: ଫୁରସତ

ପିଲାଦିନ ମନେପକାଇ ଦେବ ଏହି ମୂର୍ତ୍ତି

ସିଙ୍ଗାପୁରର କାଭେନାଘ ବ୍ରିଜ୍‌। ଏହି ଐତିହାସିକ ବ୍ରିଜ୍‌ରେ ଅଛି କିଛି ଜୀବନ୍ତ ଲାଗୁଥିବା ପ୍ରତିମୂର୍ତ୍ତି। ସେଗୁଡିକୁ ଦେଖିଲେ ଲାଗେ ସତେଯେମିତି ସଚଳ ମଣିଷ ହଠାତ୍‌ ସ୍ଥାଣୁ ପାଲଟି ଯାଇଛନ୍ତି। ଏହିସବୁ ପ୍ରତିମୂର୍ତ୍ତି ମଧ୍ୟରେ ନଦୀକୁ ଗାଧୋଇବା ପାଇଁ ଲମ୍ଫ ପ୍ରଦାନ କରୁଥିବା ୫ଟି ଉଲଗ୍ନ ବାଳକଙ୍କ ମୂର୍ତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଯଦିଓ ଏହି ନଦୀରେ ଏବେ ଏଭଳି ଗାଧୋଇବା ମନା, ହେଲେ ପୂର୍ବରୁ ଏଠାରେ ପିଲାମାନେ ଏହିଭଳି ନଦୀରେ ଖେଳିବୁଲି ସ୍ନାନ କରୁଥିଲେ। ଆଉ ସେହି ସମୟକୁ ମନେ ପକାଇ ଦେବା ତଥା ସମସ୍ତଙ୍କ ମନରେ ପିଲାଦିନର ସ୍ମୃତି ତାଜା କରିଦେବା ପାଇଁ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାକୁ ତିଆରି କରିଛନ୍ତି ଚୋଙ୍ଗ ଫାହ ଚିଓଙ୍ଗ।

Share