Categories: ଖେଳ

ପିଲାବେଳୁ ଶାସ୍ତ୍ରୀୟ ନୃତ୍ୟରେ ଥିଲେ ପାରଙ୍ଗମ, କ୍ରିକେଟରେ କ୍ୟାରିୟର ଗଢି ଭାଙ୍ଗିଲେ ଅନେକ ରେକର୍ଡ

ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ମିତାଲି ରାଜ୍‌ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତରେ ପୁରୁଷ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ମହାନ ସେହିପରି ମହିଳା କ୍ରିକେଟରେ ମିତାଲିଙ୍କୁ ମଧ୍ୟ ଶ୍ରେଷ୍ଠ କ୍ରିକେଟର ଆଖ୍ୟା ଦିଆଯାଇଛି। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରରେ ମିତାଲି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ୧୯୮୨ ମସିହା, ଡିସେମ୍ବର ୩ରେ ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିବା ମିତାଲି ପିଲାବେଳୁ ଓଡ଼ିଶୀ ନୃତ୍ୟରେ ବେଶ୍‌ ପାରଙ୍ଗମ ଥିଲେ। ଏହି କ୍ଷେତ୍ରରେ ସେ କ୍ୟାରିୟର ଗଢିବାକୁ ଚାହୁଁଥିଲେ। କିନ୍ତୁ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୯ରେ ଆୟାରଲାଣ୍ଡ ବିପକ୍ଷରେ ସେ ପ୍ରଥମ ଅeନନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ଏକ ସୈନିକ ପରିବାରରୁ ଆସିଥିବା ମିତାଲିଙ୍କ ମାତ୍ର ୮ ବର୍ଷ ହୋଇଥିବାବେଳେ ସେ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଲାଭ କରିଥିଲେ। କିନ୍ତୁ ୧୦ ବର୍ଷ ବୟସରେ ସେ କ୍ରିକେଟ ବ୍ୟାଟ୍‌ ଧରିଥିଲେ। ବଡ ଭାଇଙ୍କ ସହ ସେଣ୍ଟ ଜୋନ୍ସ ସ୍କୁଲରେ ସେ କ୍ରିକେଟ ଟ୍ରେନିଂ ନେବା ଆରମ୍ଭ କରିଥିଲେ। ପରେ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିଲେ।

Share