ମୁମ୍ବାଇ: ବଲିଉଡ୍ର ନାଁ କରା ଗାୟକ ସୋନୁ ନିଗମ ନିକଟରେ ଏକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଙ୍କ ସହ ନିର୍ଦ୍ଦେଶକ ସୁଭାଷ ଘାଇ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସୋନୁ ନିଗମ ପିଲାମାନଙ୍କୁ ସଫଳତାର ସୂତ୍ର ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପାଖାପାଖି ୫ଶହ ପିଲା ଯୋଗ ଦେଇଥିବା ବେଳେ ସୋନୁ ସେମାନଙ୍କୁ ନିଜ ଜୀବନର ଅନୁଭୂତି ସହ ଜୀବନରେ କେମିତି ଜଣେ ସଫଳ ହେବ ସେ କଥା କହିଥିଲେ। ସେ କହିଥିଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଯାତ୍ରା ଅଲଗା ଅଲଗା ହୋଇଥାଏ। ହେଲେ ପିଲାମାନେ ସବୁବେଳେ ଶିଖିବାର ମନବୃତ୍ତି ରଖନ୍ତୁ। କାରଣ ଏହି ପ୍ରକ୍ରିୟା କେବେ ଶେଷ ହୋଇ ନ ଥାଏ। ଜ୍ଞାନ କେବେ ବେକାର ଯାଇ ନ ଥାଏ। ସବୁବେଳେ ସକରାତ୍ମକ ଚିନ୍ତାଧାରାର ବ୍ୟକ୍ତିଙ୍କ ଗହଣରେ ରହିବା ଭଲ। କାରଣ ଏହା ସଫଳତା ଦେଇଥାଏ।