ପିଲାମାନେ କାହିଁକି ହୁଅନ୍ତି ବାଉଁଆ ବା ଲେପ୍ଟି

ସାଧାରଣତଃ ଅଧିକାଂଶ ଲୋକେ ସବୁକାମ ପାଇଁ ଡାହାଣ ହାତର ବ୍ୟବହାର କରିଥାଆନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ବେଶି ବାମ ହାତ ବ୍ୟବହାର କରନ୍ତି। ଏଭଳି ପିଲାମାନଙ୍କୁ ବା ବ୍ୟକ୍ତିଙ୍କୁ ବାଉଁଆ ବା ଲେପ୍ଟି ବୋଲି କୁହାଯାଏ। ଏମାନେ ଲେଖିବା, ଖାଇବା ଠାରୁ ଆରମ୍ଭ କରି ସବୁ କାମ ପ୍ରାୟତଃ ବାମ ହାତରେ କରିଥାଆନ୍ତି। ତେବେ ଅଧିକାଂଶ ଲେପ୍ଟି ଭାଗ୍ୟବାନ ହୋଇଥାଆନ୍ତି ବୋଲି କୁହାଯାଏ। ଏମାନେ ଭବିଷ୍ୟତରେ ଉଚ୍ଚ ପଦରେ ଅଧିଷ୍ଠିତ ହୋଇଥାଆନ୍ତି ବୋଲି ଉଦାହରଣ ରହିଛି। ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ମାନବ ଶରୀରରେ ଥିବା ଜିନ ଓ ଡିଏନ୍‌ଏ ଯୋଗୁ ପିଲାମାନେ ଲେପ୍ଟି ହୋଇଥାଆନ୍ତି। ମାତୃଗର୍ଭରେ ଥିବା ସମୟରେ ଯେତେବେଳେ ପିଲାଟି ୬ ମାସର ହୋଇଯାଏ ସେତେବେଳେ ସେ ବାମ ହାତ ଓ ଡାହାଣ ହାତର ବ୍ୟବହାର ଆରମ୍ଭ କରି ଦେଇଥାଏ। ଯଦି ସେ ବାମ ହାତର ବ୍ୟବହାର ଅଧିକ କରିଥାଏ ତେବେ ଭୂମିଷ୍ଠ ହେବା ପରେ ସେହି ଅନୁଯାୟୀ ଶିଶୁଟି ବାମ ହାତର ବ୍ୟବହାର କରିଥାଏ। ଆହୁରି ମଧ୍ୟ ଏହା ଜେନେଟିକ୍‌ ବୋଲି କୁହାଯାଏ। ଯଦି ମାତା ବା ପିତା ବାମହାତି ବା ଲେପ୍ଟି ହୋଇଥାଆନ୍ତି ତେବେ ପିଲାମାନେ ଲେପ୍ଟି ହେବାର ଆଶଙ୍କା ଅଧିକ ଥାଏ। ଆହୁରି ମଧ୍ୟ ନଭେମ୍ବରରୁ ଜାନୁୟାରୀ ମାସ ମଧ୍ୟରେ ଜନ୍ମ ନେଉଥିବା ଶିଶୁମାନେ ଲେପ୍ଟି ହେବାର ଆଶଙ୍କା ଅଧିକ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ

ଭର୍ଜିନିଆ,୨୩।୩: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା। ଏକ ଦୋକାନରେ ୫୬ ବର୍ଷୀୟ ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅଙ୍କୁ...

ମଶାଠୁ ରକ୍ଷା କରିବ କଙ୍କି ପେଣ୍ଡାଣ୍ଟ

ଏହି କଙ୍କିକୁ ଦେଖି ଇଛା ହେଉଛି କି ପିଲାଦିନେ ଯେମିତି ଲୁଚି ଲୁଚି ଧରୁଥିଲେ ସେମିତି ଧରିବାକୁ? ତେବେ ପ୍ରକୃତ କଥା ହେଉଛି ଏହା କଙ୍କି...

ମୁସଲିମ ଦେଶ ବାଂଲାଦେଶରେ ଦେହ ବେପାର ଉପରେ ନାହିଁ କୌଣସି ପ୍ରତିବନ୍ଧକ, ପ୍ରାୟ ୨ଲକ୍ଷ ମହିଳା କରୁଛନ୍ତି…

ଢାକା,୨୩।୩: ଦେହ ବେପାରକୁ ବିଶ୍ୱର ସବୁଠାରୁ ପୁରୁଣା ବୃତ୍ତି ବୋଲି କୁହାଯାଏ। ଏପରି ଏକ ବୃତ୍ତି ଯାହା କେବେ ଶେଷ ହୋଇପାରିବ ନାହିଁ। ଟଙ୍କା ପାଇଁ...

ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍‌ ଭଲ...

ସ୍ମରଣ ଶକ୍ତି ବଢାଇବେ କିପରି…

ସୁସ୍ଥ ରହିବା ପାଇଁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଏହି ଖାଦ୍ୟ ବ୍ୟକ୍ତିଙ୍କୁ ନୀରୋଗ ରଖିବା ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ...

ଚର୍ଚ୍ଚାରେ ଡାଏମଣ୍ଡ ପ୍ଲାନେଟ୍‌, ସୌରଜଗତର ଏହି ଗ୍ରହରେ ରହିଛି ହୀରାର ଭଣ୍ଡାର

ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଜିନିଷ କଥା ଆସେ, ହୀରା ନାମ ନିଶ୍ଚିତ ଭାବରେ ନିଆଯାଇଥାଏ। ବିଶେଷକରି ମହିଳାମାନେ, ସୁନାରୂପା କିଣିଥିଲେ ବି ହୀରା ହାର...

ପାକିସ୍ତାନୀ ପାଇବେ ମସ୍କଙ୍କ ଷ୍ଟାରଲିଙ୍କ୍‌ ସେବାର ଲାଭ, ଜାଣନ୍ତୁ ଭାରତ ଠାରୁ କେତେ ଟଙ୍କା ଅଧିକ ଦେବାକୁ ପଡିବ

ନୂଆଦିଲ୍ଲୀ,୨୩।୩: ପାକିସ୍ତାନରେ ମଧ୍ୟ ଲୋକମାନେ ସାଟେଲାଇଟ ନେଟୱାର୍କ ବ୍ୟବହାର କରିପାରିବେ। ଏନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି ଏଲନ ମସ୍କ। ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ପଡୋଶୀ...

ପାଣିପାଗ ବିଶେଷଜ୍ଞ କେମିତି କରନ୍ତି ପୂର୍ବାନୁମାନ? ବର୍ଷା-ଖରା-ଶୀତ ହେବା ନେଇ କେମିତି ଜଣାପଡେ

ଆମେ ପ୍ରାୟତଃ ଖବରରେ ପଢ଼ିଥାଉ ଯେ କୌଣସି ସ୍ଥାନରେ ପ୍ରବଳ ବର୍ଷା ହେବ କିମ୍ବା ଏହି ସ୍ଥାନରେ ତୁଷାରପାତ ହେବ କିମ୍ବା ଶୀତ ଲହରୀ ଆସିବ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image