ପିଲାମାନେ କେତେ ସମୟ ବ୍ୟାୟାମ କରିବା ଦରକାର

ଓ୍ବାଶିଂଟନ : ପିଲାମାନେ ସୁସ୍ଥ ରହିବା ପାଇଁ ସପ୍ତାହକୁ ତିନି ଦିନ ମଧ୍ୟମ କିମ୍ବା କଠିନ ବ୍ୟାୟାମ କରିବାକୁ ପଡିବ। ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ହେଲ୍‌ଥ ଆଣ୍ଡ୍‌ ହ୍ୟୁମାନ ସର୍ଭିିସ ଗାଇଡ୍‌ ଲାଇନ ଅନୁଯାୟୀ ୬ କିମ୍ବା ଏହାଠାରୁ ଅଧିକ ବୟସର ପିଲାମାନେ ଅତି କମ୍‌ରେ ସପ୍ତାହକୁ ତିନିଦିନ ଏକ ଘଣ୍ଟା ଅବଧିର ବ୍ୟାୟାମ କରିବା ଆବଶ୍ୟକ। ଏହା କଠିନ କିମ୍ବା ମଧ୍ୟମ ଧରଣର ବ୍ୟାୟାମ ହୋଇପାରେ। ଏହା ସହ ପିଲାମାନେ ବି ସେମାନଙ୍କ ଅସ୍ଥି ଓ ମାଂସପେଶୀର ବିକାଶ ଲାଗି ଆଉ ତିନିଦିନ ବ୍ୟାୟାମ କରିବା ଜରୁରୀ । ୩ରୁ ୫ ବର୍ଷ ବୟସର ପିଲାମାନେ ସେମାନଙ୍କ ଶାରୀରିକ ବିକାଶ ଲାଗି ଦିନସାରା ଖେଳକୁଦ କଲେ ତାହା ସେମାନଙ୍କ ଶାରୀରିକ ବିକାଶରେ ସାହାଯ୍ୟ କରିବ ବୋଲି କୁହାଯାଇଛି। ଏହି ବୟସର ପିଲାମାନଙ୍କୁ ମା-ବାପା ଦିନରେ ବେଶି ସମୟ ଖେଳିବା ଲାଗି ଉତ୍ସାହିତ କରିବା ଆବଶ୍ୟକ।

Share