ପିଲା ଯଦି ଏକୁଟିଆ ଘରେ ଅଛି

-ଘରେ ପିଲା ଏକୁଟିଆ ଥିଲେ ଇଲେକ୍ଟ୍ରିକ୍‌ ବୋର୍ଡରେ ଟେପ୍‌ ଲଗାଇ ରଖନ୍ତୁ। ଯଦି ସେ ଘରେ ଏକୁଟିଆ ଅଛି କିଛି ଅସୁବିଧା ନାହିଁ।
-ଓ୍ବାର୍କିଂ ହୋଇଥିଲେ ପିଲାକୁ ଯଦି ଏକୁଟିଆ ଛାଡୁଛନ୍ତି ରୋଷେଇ କରୁଥିବା ଗ୍ୟାସ୍‌ ସିଲିଣ୍ଡର ଚାବି ବନ୍ଦ କରି ଦିଅନ୍ତୁ।
-କିଛି ପିଲାଙ୍କ ମନ ଭିତରେ ଡରଥାଏ ତାଙ୍କ ଡରକୁ କମ୍‌ କରିବାକୁ ହେଲେ ତାଙ୍କୁ କିଛି ସମୟ ଏକୁଟିଆ ଛାଡ଼ନ୍ତୁ। ଆମକୁ ବହୁତ କିଛି କାମ କରିବାର ଅଛି ସେଥିଲାଗି ଏବେଠୁ ପ୍ରସ୍ତୁତ ହେବା ଜରୁରୀ।
-ଘରେ କଇଁଚି, ଛୁରି, ଛୁଞ୍ଚତ୍ ଭଳି ଜିନିଷ ପିଲାଠାରୁ ଦୂରରେ ରଖନ୍ତୁ।
-ଘରେ ରଖିଥିବା ପୋଷା ଜୀବଜନ୍ତୁଠୁ ଦୂରରେ ରଖନ୍ତୁ। ପଶୁଙ୍କ ଉପରେ କୌଣସି ଭରସା ନ ଥାଏ। ପୋଷା ଜୀବଙ୍କୁ ଅଲଗା ଗୋଟିଏ ରୁମ୍‌ରେ ବନ୍ଦ କରି ରଖନ୍ତୁ।
-ପିଲା ଯଦି ଏକୁଟିଆ ଘରେ ଅଛି କେମିତି ନିଜକୁ ସୁରକ୍ଷିତ ରଖିବ ସେ ଉପାୟ ତାକୁ ଶିଖାନ୍ତୁ। ଏଥିସହିତ ଘରର ମା’ବାପାଙ୍କ ମୋବାଇଲ୍‌ ନମ୍ବର ଓ ଏମରଜେନ୍ସି ନମ୍ବର ମନେରଖାନ୍ତୁ।