Categories: ଜାତୀୟ

ପିସିଏସ୍‌ ପରୀକ୍ଷାର ପ୍ରଥମ ଦୁଇ ସ୍ଥାନରେ ରହିଲେ ସ୍ତ୍ରୀ,ସ୍ବାମୀ: ସରକାରୀ ଚାକିରି ଛାଡି କରୁଥିଲେ ପ୍ରସ୍ତୁତି

ରାୟପୁର, ୨୪।୭: ଛତିଶଗଡ ଲୋକସେବା ଆୟୋଗ(ପିସିଏସ୍‌) ପରୀକ୍ଷାରେ ସ୍ତ୍ରୀସ୍ବାମୀ ପ୍ରଥମ ଦୁଇ ସ୍ଥାନରେ ରହି ଇତିହାସ ରଚିଛନ୍ତି। ଏହି ପରୀକ୍ଷାରେ ସ୍ମାମୀ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସ୍ତ୍ରୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସୁଚନାଯୋଗ୍ୟ, ରାୟପୁରର ଅନୁଭବ ସିଂ ଏବଂ ତାଙ୍କ ସ୍ତ୍ରୀ ବିଭା ବିଲ୍ହା ୨୦୦୮ରୁ ସରକାରୀ ଚାକିରି ଛାଡି ପିସିଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଶେଷରେ ଉଭୟଙ୍କୁ ସଫଳତା ମିଳିଛି। ଉକ୍ତ ପରୀକ୍ଷାରେ ଅନୁଭବଙ୍କୁ ୩୦୦ରୁ ୨୭୮ ଅଙ୍କ ମିଳିଥିବାବେଳେ ସ୍ତ୍ରୀ ବିଭାଙ୍କୁ ୨୬୮ ଅଙ୍କ ମିଳିଛି।

Share