Advertisement
Categories: ଖେଳ

ପିସିବି କ୍ରିକେଟ କମିଟି ମୁଖ୍ୟଙ୍କ ଇସ୍ତଫା

କରାଚୀ,୨୦।୬(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ମୋହସିନ ହାସନ ଖାନ୍‌ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର କ୍ରିକେଟ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୁରୁବାର ପଦ ତ୍ୟାଗ କରିବା ଲାଗି ପିସିବି ଅଧ୍ୟକ୍ଷ ଈସାନ ମାନିଙ୍କୁ ଅନୁରୋଧ କରିଥିଲେ। ବର୍ତ୍ତମାନଠାରୁ ପୂର୍ବତନ ଓ୍ବାସିମ ଆକ୍ରମଙ୍କ ନେତୃତ୍ୱରେ ଏହି କମିଟି କାର୍ଯ୍ୟ କରିବ। ଓ୍ବାସିମ ଏବେ ବୋର୍ଡର ମ୍ୟାନେଜିଂ ଡିରେକ୍ଟର ପଦରେ ଅଛନ୍ତି। ୨୦୧୮ ଅକ୍ଟୋବରଠାରୁ କମିଟି ଗଠନ ହେବା ପରେ ଗତ ୩ ବର୍ଷ ଧରି ପାକିସ୍ତାନ ଦଳ ଓ ସପୋର୍ଟ ଷ୍ଟାଫଙ୍କ ପ୍ରଦର୍ଶନକୁ ବିଚାର କରିବାକୁ କୁହାଯାଇଥିଲା। ଏହାପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel