ପିସ୍‌ ଟିଭିକୁ ୩ ଲକ୍ଷ ପାଉଣ୍ଡ ଜରିମାନା

ଲଣ୍ଡନ,୧୮ା୫(ପି.ଟି.): ଘୃଣିତ ବକ୍ତୃତା ପ୍ରସାରଣ ଲାଗି ବିବାଦୀୟ ଇସ୍‌ଲାମିକ୍‌ ବକ୍ତା ଜାକିର ନାଏକଙ୍କ ପିସ୍‌ ଟିଭିକୁ ବ୍ରିଟେନ୍‌ର ଗଣମାଧ୍ୟମ ନିୟନ୍ତ୍ରକ ଅଫ୍‌କମ୍‌ ୩ ଲକ୍ଷ ପାଉଣ୍ଡ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରସାରଣ ନିୟମର ଉଲ୍ଲଂଘନ ପାଇଁ ପିସ୍‌ ଟିଭି ଉର୍ଦ୍ଦୁର ଲାଇସେନ୍ସଧାରୀଙ୍କ ଉପରେ ୨ ଲକ୍ଷ ପାଉଣ୍ଡ ଏବଂ ପିସ୍‌ ଟିଭି ଉପରେ ୧ ଲକ୍ଷ ପାଉଣ୍ଡ ଜରିମାନା ଧାର୍ଯ୍ୟ କରାଯାଇଛି। ପିସ୍‌ ଟିଭି ଉର୍ଦ୍ଦୁ ଓ ପିସ୍‌ ଟିଭି ଘୃଣିତ ବକ୍ତୃତା ଓ ଅପମାନଜନକ ବିଷୟବସ୍ତୁ ପ୍ରସାରଣ କରିଥିବା ଅଫ୍‌କମ୍‌ ତଦନ୍ତରୁ ଜଣାପଡିଥିଲା। ଉକ୍ତ କାର୍ଯ୍ୟକ୍ରମଗୁଡ଼ିକ ଅପରାଧକୁ ଉସୁକାଇବା ଭଳି ଥିଲା ବୋଲି ଅଫ୍‌କମ୍‌ କହିଛି।

Share