Categories: ଜାତୀୟ

ପି.ସି. ଚାକୋଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୩ା୨(ପି.ଟି.): ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଏଆଇସିସି ଦିଲ୍ଲୀ ଦାୟିତ୍ୱରେ ଥିବା କଂଗ୍ରେସ ନେତା ପି.ସି. ଚାକୋ ନିଜକୁ ଦାୟୀ କରିବା ସହ ନୈତିକତା ଦୃଷ୍ଟିରୁ ବୁଧବାର ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳୀୟ ନେତାଙ୍କ ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ ହୋଇଛି। ପି.ସି. ଚାକୋ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଉପରେ ଦୋଷ ଲଦିଛନ୍ତି। ୨୦୧୩ ଶୀଲାଙ୍କ ସମୟରୁ କଂଗ୍ରେସ ଦୁର୍ବଳ ପ୍ରଦର୍ଶନ କରିଆସୁଛି। ତା’ ପରଠାରୁ କଂଗ୍ରେସ ତଳକୁ ତଳକୁ ଖସିଚାଲିଛି।

Share