Categories: ଜାତୀୟ

ପୀଡ଼ିତାଙ୍କ ପାଇଁ ୫୯୫ ଓସିଏସ୍‌

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଦେଶରେ ପୀଡ଼ିତାମାନଙ୍କ ପାଇଁ ୫୯୫ଟି ଓ୍ବନ୍‌ ଷ୍ଟପ୍‌ ସେଣ୍ଟର (ଓସିଏସ୍‌) ରହିଛି। ଶାରୀରିକ ଉତ୍ପୀଡ଼ନ ସହ ବିଭିନ୍ନ ଅପରାଧର ଶିକାର ହେଉଥିବା ମହିଳାମାନଙ୍କୁ ଏହି କେନ୍ଦ୍ରଗୁଡ଼ିକରେ ସହାୟତା ଦିଆଯାଉଛି। କାର୍ଯ୍ୟକ୍ଷମ ଥିବା ଓସିଏସ୍‌ଗୁଡ଼ିକରୁ ୨.୨୭ ଲକ୍ଷ ମହିଳାଙ୍କୁ ସେବା ପ୍ରଦାନ କରାଯାଇଛି ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଲୋକ ସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୫ ଏପ୍ରିଲ ୧ରୁ ଓସିଏସ୍‌ ଯୋଜନା କାର୍ଯ୍ୟକାରୀ ହେଉଛି। ସେଠାରେ ଡାକ୍ତରୀ ସେବା, ପୋଲିସ ସହାୟତା, ଆଇନଗତ ପରାମର୍ଶ, କୋର୍ଟ ମାମଲା ପରିଚାଳନା, ମନସ୍ତାତ୍ତ୍ୱିକ-ସାମାଜିକ କାଉନ୍‌ସେଲିଂ ଓ ଅସ୍ଥାୟୀ ଶିବିର ପୀଡ଼ିତାମାନଙ୍କୁ ପ୍ରଦାନ କରାଯାଉଛି।

Share