ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି l ନାବାଳିକାଙ୍କ ହୋସ  ଆସିବା ପରେ ଅତିରିକ୍ତ ଏସପି କୈଳାସ ଚନ୍ଦ୍ର ପରିଡ଼ା ବୟାନ ରେକର୍ଡ  କରିଛନ୍ତି। ନାବାଳିକା ଜଣକ ବୁଧବାର ସ୍କୁଲରୁ ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ନିକଟସ୍ଥ ଜଙ୍ଗଲକୁ ଅପହରଣ କରି ନେଇ ସେଠାରେ ବଳାତ୍କାର କରିଥିଲେ। ନାବାଳିକା ଜଣକ ଘରେ ଜଣାଇ ଦେବ ଓ  ପୋଲିସ ଭୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ମୁହଁକୁ ପଥରରେ ଛେଚି ରକ୍ତାକ୍ତ କରି ଦେଇଥିଲେ। ସେ ସଂଜ୍ଞାହୀନ ହେବା ପରେ ମରିଯାଇଥିବା ଭାବି ତାକୁ ଛାଡ଼ି ଅଭିଯୁକ୍ତ ଜଣକ ଚାଲି ଯାଇଥିବା ପୋଲିସ ବୟାନ ରେକର୍ଡ କରିଛି।