ପୀରାହାଟ ଓ ପଞ୍ଚୁଟିକ୍ରିରେ ଗାନ୍ଧୀ

ଶ୍ରୀମନ୍ତ ଖୁଣ୍ଟିଆ
ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଛନ୍ତି। ସେଥିମଧ୍ୟରୁ ଭଦ୍ରକ ଜିଲାକୁ ୩ ଥର ଆସିଛନ୍ତି। ତନ୍ନଧ୍ୟରୁ ହରିଜନ ପଦଯାତ୍ରା ଓ ଖଦିର ପ୍ରଚାର ପ୍ରସାର ପାଇଁ ଆସିଥିବା ଖବର ରହିଛି। ସେ ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପଦାର୍ପଣ କଲେ ଓଡ଼ିଶାର ଦୁର୍ଭିକ୍ଷ ବିଷୟରେ ଶୁଣିଥିଲେ। ଉକ୍ତ ଦୁର୍ଭିକ୍ଷ ପରବର୍ତ୍ତୀ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଠକ୍କର ବାପାଙ୍କ ନେତୃତ୍ୱରେ ସେ ଏକ ପାଣ୍ଠି ଗଠନ କରିଥିଲେ। ଉକ୍ତ ପାଣ୍ଠି ମାଧ୍ୟମରେ ଭାରତବାସୀଙ୍କ ସହ ଓଡ଼ିଶାବାସୀଙ୍କ ସେବା କରିପାରିଲେ ସେ ଆତ୍ମସନ୍ତୋଷ ଲାଭ କରିପାରିବେ ବୋଲି କହୁଥିଲେ। ସେ କହୁଥିଲେ, ଓଡ଼ିଶା ମୋ ପ୍ରିୟ ଭୂମି। ଏଭଳି ଏକ ଗୌରବୋଜ୍ଜ୍ୱଳ ବୀରତ୍ୱପୂର୍ଣ୍ଣ ରାଜ୍ୟ ତଥାପିି ଦାରିଦ୍ର୍ୟରେ ଉତ୍‌ପୀଡ଼ିତ। ଏହାର କର୍ମୀମାନେ ସର୍ବୋତ୍ତମ କର୍ମଠ ଅଥଚ ଅସହାୟ। ଓଡ଼ଶାର ଏ ଦୁଃଖ ସମୟରେ ସମଭାଗୀ ହେବା ପାଇଁ ସେ ଦେଶବାସୀଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ କର୍ମୀମାନେ ଓଡ଼ିଶାର ଗାଁ ଗହଳିରେ ପଶି ଦେଖନ୍ତୁ, ସେଥିରୁ ବୁଝିପାରିବେ ଭାରତର ଅବସ୍ଥା କ’ଣ? ଯଦି ଲୋକେ ଖାଇବାକୁ ପାଇବେ ନାହିଁ, ତେବେ ସ୍ବରାଜର ଅର୍ଥ କ’ଣ? ୧୯୨୭ ଡିସେମ୍ବର ୧୬ ତାରିଖର ଶୀତୁଆ ସକାଳ, ଡ. ହରେକୃଷ୍ଣ ମହତାବଙ୍କୁ ସାଙ୍ଗରେ ଧରି ପୂର୍ବ ନିଦ୍ଧାରିତ ସମୟରେ ଗାନ୍ଧୀ ଭଦ୍ରକରୁ ୩୦ କି.ମି. ଦୂର ଚାନ୍ଦବାଲି ରାସ୍ତାର ପୀରାହାଟଠାରେ ପହଞ୍ଚିଥିଲେ। ଦୁର୍ଭିକ୍ଷ, ବନ୍ୟା, ବାତ୍ୟାର କ୍ଷତିଗ୍ରସ୍ତ ଜନସାଧାରଣଙ୍କ ରିଲିଫ କାର୍ଯ୍ୟର ତଦାରଖ, ଖଦିର ପ୍ରଚାର ପ୍ରସାର, କନିକା ପ୍ରଜାମେଳିର ଉତ୍ପୀଡ଼ିତ ଜନତାଙ୍କୁ ସାକ୍ଷାତ କରିବା ସହିତ ଚାନ୍ଦବାଲି ବ୍ଲକ୍‌ର ପଞ୍ଚୁଟିକ୍ରି ଓ ବାଲିଆପାଳ ପର୍ଯ୍ୟନ୍ତ ମନ୍ତେଇ ନଦୀରେ ମୋଟର ଲଞ୍ଚ ମାଧ୍ୟମରେ ଯାତ୍ରା କରିଥିଲେ ଏବଂ ସେଠାରୁ ଫେରି ଚାରବାଟିଆଠାରେ ରାତ୍ରିଯାପନ କରିଥିଲେ। ସେଠାରୁ ଫେରି କଟକ ଚାଲିଯାଇଥିଲେ। ଗାନ୍ଧୀଙ୍କ ଆଗମନ ସମୟରେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରି ନିମନ୍ତ୍ରଣପତ୍ର ବଣ୍ଟନ କରାଯାଇଥିଲା ଏବଂ ସମସ୍ତେ ଉକ୍ତ ସଭାକୁ ଖଦିବସ୍ତ୍ର ପିନ୍ଧି ଆସିଥିଲେ। ଏଥିରୁ ଜଣାପଡୁଥିଲା, ଦେଶର କୌଣସି ପ୍ରାନ୍ତରେ କୌଣସି ସମସ୍ୟା ଦେଖାଦେଲେ ସେ କେତେ ଉଦ୍‌ବିଗ୍ନ ହୋଇପଡୁଥିଲେ, ନିଜ ମାଧ୍ୟମରେ ସମସ୍ୟା ସମାଧାନର ପନ୍ଥା ଖୋଜୁଥିଲେ॥ ଏଥିରୁ ତାଙ୍କର ପ୍ରତିବଦ୍ଧତା ଜଣାପଡ଼େ। ସେ ସମସ୍ତ ସେବାକାର୍ଯ୍ୟ ନିଜ ତତ୍ତ୍ୱାବଧାନରେ କରୁଥିଲେ। ମଣିଷର ଅସମୟରେ ତା’ ଦୁଃଖରେ ସହଭାଗୀ ହେଉଥିଲେ। ଆଜକୁ ୯୨ ବର୍ଷ ବିତିଯାଇଥିଲେ ମଧ୍ୟ ଭଦ୍ରକ ଜିଲାର ପୀରାହାଟର ସେହି ଅପହଞ୍ଚ ଅବହେଳିତ ଇଲାକା ଗାନ୍ଧୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିରଖିଛି। ଗାନ୍ଧୀ ପାଦରେ ଚାଲି ଚାଲି ଯାଇଥିବା ସେ ପଥ ସେହିଭଳି ଅବହେଳିତ ଅବସ୍ଥାରେ ଅଛି। ଗାନ୍ଧୀଙ୍କ ପରିକଳ୍ପିତ ସ୍ବରାଜ୍ୟ ଓ ରାମରାଜ୍ୟ ଜନସାଧାରଣଙ୍କ ନିକଟରୁ ବହୁଦୂରକୁ ଚାଲିଯାଇଛି।
ମୋ- ୯୪୩୮୧୭୮୨୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

ନିର୍ବାଚନୀ ‘ଭେଟି’ର ବୋଝ

୨୦୨୩ ମସିହାରେ ପାଞ୍ଚ ଗ୍ୟାରେଣ୍ଟି ବା ପ୍ରତିଶ୍ରୁତି ଦେଇ କର୍ନାଟକରେ କଂଗ୍ରେସ କ୍ଷମତାସୀନ ହେଲା। ଏହା ଥିଲା ଦଳର ନିର୍ବାଚନୀ ଇସ୍ତାହାରର ଅଂଶବିଶେଷ। ରାଜ୍ୟବାସୀ ଏହି...

କେବଳ ହିନ୍ଦୀ ନୁହେଁ

ଶିଶୁଟିଏ ଜନ୍ମ ହେବା ପରେ ତାକୁ ଯେଉଁ ଭାଷାରେ ଅଭ୍ୟସ୍ତ କରାଯାଇଥାଏ, ସେହି ଅନୁଯାୟୀ ସେ ପାରଙ୍ଗମ ହୋଇଥାଏ। ମାତୃଭାଷା ଆଧାରରେ ସେ ସଂସ୍କୃତିଗତ ପରିଚୟ...

ଏଇ ଭାରତରେ

ମୋବାଇଲ ମାୟାରେ ଏବେ ସାରା ଦୁନିଆ। ଫୋନ୍‌ ପାଇଁ କେତେବେଳେ ସମ୍ପର୍କ ଭାଙ୍ଗିଯାଉଛି ତ କେବେ ଜୀବନ ମଧ୍ୟ ଚାଲିଯାଉଛି। ଏମିତି କି ପତିପତ୍ନୀଙ୍କ ମଧ୍ୟରେ...

ଆଗଧାଡ଼ିର ମଣିଷ

ବୋଇଲା ଆମ ଜୀବନଜାତକରେ କେବେ ପଛୁଆ ନୁହଁ। ସବୁଠି ସବୁ ସମୟରେ ଆମେ ଆଗୁଆ। ଆଗ ଚାଲି, ଆଗ ବସିବା, ଆଗ ହସିବା, ଆଗ ଖାଇବା...

ଆମ୍ବଟାକୁଆ ଭରସାରେ ଖାଦ୍ୟ ସୁରକ୍ଷା

ଦୀର୍ଘ ୨୩ ବର୍ଷ ପରେ ଆମ୍ବଟାକୁଆଜନିତ ମୃତ୍ୟୁ ଘଟଣା ଏବେ ପୁଣିଥରେ ରାଜ୍ୟ ରାଜନୀତିର ପ୍ରମୁଖ ପ୍ରସଙ୍ଗରେ ପରିଣତ ହୋଇଛି। ନିକଟରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି...

ଅନ୍‌ଲାଇନ ପାଗଳାମି

କୋଭିଡ୍‌ ୧୯ ଯୋଗୁ ସମଗ୍ର ପୃଥିବୀ ପ୍ରଭାବିତ ହୋଇଥିଲା। ସେତେବେଳେ ପିଲାମାନଙ୍କ ପାଠପଢ଼ା ପାଇଁ ବରଦାନ ସଦୃଶ ଉଭା ହୋଇଥିଲା ସ୍ମାର୍ଟଫୋନ୍‌। ଅନ୍‌ଲାଇନ ଶିକ୍ଷାର ଚାହିଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri