Categories: ବାଣିଜ୍ୟ

ପୀୟୂଷ ଗୋୟଲଙ୍କୁ ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ,୩୧। ୫: ଗୁରୁବାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୋଦିଙ୍କ ପ୍ରଥମ ପାଳିରେ ରେଳ ମନ୍ତ୍ରଣାଳୟ ପୀୟୂଷ ଗୋୟଲଙ୍କ ନିକଟରେ ରହିଥିବା ବେଳେ ଚଳିତ ଥର ମଧ୍ୟ ସେ ରେଳ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିବେ। ତାଙ୍କର ଦାୟିତ୍ୱ ପରିବର୍ତ୍ତନ ହୋଇନାହିଁ। ରେଳ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଯାତ୍ରୀ ନିରାପତ୍ତା ଅଣଭଡା ରାଜସ୍ବ, ଟ୍ରାକ୍‌ ଉନ୍ନତିକରଣ, ଆଧୁନିକୀକରଣ, ଷ୍ଟେଟ୍‌ ଅଫ୍‌ ଆର୍ଟ କୋଚ୍‌ ନିର୍ମାଣ ନିର୍ମାଣ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ସେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବ ପାଳିରେ ଗୋୟଲଙ୍କର କାର୍ଯ୍ୟ ଉଲ୍ଲେଖନୀୟ ରହିଥିଲା।

Share