Categories: ଖେଳ

ପୁଅକୁ କ୍ରିକେଟର କରିବାକୁ ପିତାଙ୍କ ବ୍ୟବସାୟ ବୁଡିଗଲା, ପୁଅ ଏବେ ଭାରତୀୟ ଦଳରେ ମାରିଲେ ଏଣ୍ଟ୍ରି

ମୁମ୍ବାଇ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଓ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଛି। ମୁମ୍ବାଇ ଅଲରାଉଣ୍ଡର ଶିବମ ଦୁବେ ନୁଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି। ଭାରତ ଏ’ ଦଳ ତରଫରୁ ବାରମ୍ବାର ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଆସ୍ଥାଭାଜନ ହୋଇଛନ୍ତି। ଶିବମ ଭାରତୀୟ ଦଳରେ ସ୍ଥାନ ପାଇବା ପରେ ତାଙ୍କ ପିତାଙ୍କ ବହୁତ ଦିନର ସ୍ବପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି। ଶିବମଙ୍କ କ୍ରିକେଟର ଭାବେ ଗଢି ତୋଳିବା ପାଇଁ ତାଙ୍କ ପିତାଙ୍କୁ ବହୁ କଷ୍ଟର ସାମ୍ନା କରିବାକୁ ପଡିଥିଲା। ଏପରିକି ତାଙ୍କ ବ୍ୟବସାୟ ମଧ୍ୟ ବୁଡି ଯାଇଥିଲା। କିନ୍ତୁ ସେ ଧୈର୍ଯ୍ୟହରା ହୋଇ ନ ଥିଲେ। ପୁଅକୁ କ୍ରିକେଟର କରିବା ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ଶିବମଙ୍କୁ ମାତ୍ର ୪ ବର୍ଷ ହୋଇଥିଲାବେଳେ ଘରେ କାମ କରୁଥିବା ଚାକର ତଙ୍କ ପ୍ରତିଭାକୁ ଚିହ୍ନିଥିଲେ। ପରେ ସେ ଶିବମଙ୍କ ପିତାଙ୍କୁ କହିଥିଲେ। ସେବେଠାରୁ ସେ ପୁଅକୁ କ୍ରିକେଟର ଭାବେ ଗଢି ତୋଳିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ପ୍ରତିଦିନ ତାଙ୍କୁ ୫୦୦ଟି ବଲ୍‌ ବୋଲିଂ କରୁଥିଲେ ଏବଂ ରାତିରେ ତାଙ୍କୁ ଗୋଡ, ହାତରେ ତେଲ ମାଲିସ କରୁଥିଲେ। ୧୦ ଶ୍ରେଣୀ ପାଠ ଶେଷ ହେବା ପରେ ତାଙ୍କୁ କ୍ରିକେଟ କୋଚିଂ ପାଇଁ ପଠାଇଥିଲେ। କ୍ରିକେଟରେ ଯାହା ବି କହାସଲ କରିଛି ତାହା ମୋ ପିତାଙ୍କ ଯୋଗୁ ସମ୍ଭ ହୋଇଛି ବୋଲି କହନ୍ତି ଶିବମ।

Share