Categories: ଖେଳ

ପୁଅକୁ ଦେଖି ଭାବବିହ୍ବଳ ହେଲେ ସାନିଆ

ହୋବାର୍ଟ, ୧୬।୧:ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇବର୍ଷ ପରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିବା ସାନିଆ ୟୁକ୍ରେନର ନାଡିଆ କିଚେନୋକଙ୍କୁ ସାଥୀ କରି ଏହି ପ୍ରତିଯୋଗିତା ଖେଳୁଛନ୍ତି। ପାକିସ୍ତାନ କ୍ରିକେଟର୍‌ ସୋଏବ ମଲ୍ଲିକଙ୍କୁ ବିବାହ କରିଥିବା ସାନିଆ ଆହତ ଯୋଗୁ ୨୦୧୮ ଏପ୍ରିଲ ମାସରୁ ଟେନିସ କୋର୍ଟରୁ ଦୂରେଇ ରହିଥିଲେ। ଏହି ସମୟ ମଧ୍ୟରେ ସେ ପୁଅ ଇଜହାନକୁ ଜନ୍ମ ଦେଇଥିଲେ। ପ୍ରାୟ ୨ ବର୍ଷ ପରେ କୋର୍ଟକୁ ଓହ୍ଲାଇଥିବା ସାନିଆ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବାପରେ ନିଜର ଖୁସି ଜାହିର କରିଥିଲେ। ଟୁଇଟରରେ ପୁଅ ଇଜହାନଙ୍କ ସହ ଏକ ଫଟୋ ଶେୟାର କରି ସାନିଆ ଲେଖିଛନ୍ତି, ଆଜି ମୋ ଜୀବନର ଏକ ସ୍ବତନ୍ତ୍ର ଦିନ କାରଣ ଏତେ ଦିନ ପରେ ପ୍ରତ୍ୟାବର୍ତ୍ତନ କରିଛି, ଆଉ ମୋ ସହିତ ବାପାମା’ ଏବଂ ପୁଅ ଅଛି। ସୂଚନାଯୋଗ୍ୟ, ମ୍ୟାଚ୍‌ ଚାଲିଥିବାବେଳେ ଷ୍ଟାଡିୟମରେ ଉପସ୍ଥିତ ଥିବା ଇଜହାନ୍‌ ମା’ଙ୍କୁ ଚିୟର୍‌ କରୁଥିବା ଦେଖାଯାଇଥିଲା। ମ୍ୟାଚ୍‌ ଶେଷ ପରେ ସାନିଆ ଇଜହାନଙ୍କ ପାଖକୁ ଆସି ତାଙ୍କୁ କୋଳଗ୍ରତ କରି ଭାବବିହ୍ବଳ ହୋଇଯାଇଥିଲେ।

Share