ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା ସତରେ ପ୍ରତିଫଳିତ ହୋଇଛି। ପ୍ରକାଶିତ ତାଲିକାରେ ତିନି ବିଧାୟକ ସେମାନଙ୍କ ପୁତ୍ରଙ୍କୁ ଥଇଥାନ କରିବାରେ ସଫଳ ହୋଇଛନ୍ତି। ବାସୁଦେବପୁର ବିଧାୟକ ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସ୍ଥାନରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସ୍ଥାନରେ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ଥାନରେ ସୌଭିକ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରାଇଛି। ସୂଚନାଯୋଗ୍ୟ, ପ୍ରଫୁଲ୍ଲ ଘଡାଇଙ୍କ ପୁଅ ପ୍ରୀତି ରଞ୍ଜନ ଘଡାଇଙ୍କୁ ସୁକିନ୍ଦା, ସିମୁଳିଆରେ ପର୍ଶୁରାମ ପାଣିଗ୍ରାହୀଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଧର୍ମଶାଳାରେ କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟଙ୍କୁ ପୁଣି ବିଜେଡି ଟିକେଟ ଦେଇଛି। ଅପରପକ୍ଷରେ ପରିବାରବାଦକୁ ବିଜେଡି ବେଶୀ ପ୍ରୋତ୍ସାହିତ କରୁଥିବା ବିରୋଧୀଦଳ ପକ୍ଷରୁ କୁହାଯାଇଛି।

Share