ପୁଅର ଭୁଜାଲି ମାଡରେ ବାପାଙ୍କ ମୃତ୍ୟୁ

ସୋର, ୨୧ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ପଞ୍ଚାୟତର ଉସୁନୁପୁର ଗ୍ରାମରେ ଶନିବାର ରାତି ପ୍ରାୟ ୧୦ଟା ବେଳେ ଏକ ହତ୍ୟାକାଣ୍ଡ ଘଟିଛି। ଶରତ ମଲ୍ଲିକ ନାମକ ଯୁବକ ତାଙ୍କ ବାପା ଜୟକୃଷ୍ଣଙ୍କୁ ଏକ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ଜୟକୃଷ୍ଣ ଘରେ ବସି ଭାତ ଖାଉଥିବା ବେଳେ ବଡପୁଅ ଶରତ ଏକ ଭୁଜାଲିରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜମିବାଡି ନେଇ ବଡପୁଅ ଶରତ ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି। ସୋର ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡ ଅବସ୍ଥାରେ ମୃତଦେହ ଜବତ କରିଛି। ଶରତ ଫେରାର ହୋଇଯାଇଥିବା ଜଣାପଡିଛି।