ପୁଅର ମୁକ୍ତି ପାଇଁ କାନ୍ଦୁଥିଲେ ମା’, କୋଳେଇ ନେଲେ ପୋଲିସ କନ୍‌ଷ୍ଟେବଳ

ଜଳନ୍ଧର, ୨୬।୧୧: ପଞ୍ଜାବରେ ଜଣେ ପୋଲିସ କନ୍‌ଷ୍ଟେବଳଙ୍କ ନିଆରା କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ମହିଳାଙ୍କ ପୁଅ ମାଲେସିଆ ଜେଲରେ ବନ୍ଦୀ ଥିବାବେଳେ ତାଙ୍କୁ ଫେରାଇ ଆଣିବାକୁ କହି ଭୋ ଭୋ ହୋଇ କାନ୍ଦୁଥିଲେ। ଏହି ସମୟରେ ଉକ୍ତ କନଷ୍ଟେବଳ ଜଣକ ପାଖକୁ ଆସି ଧ୍ୟାନର ସହ ତାଙ୍କଠାରୁ ସବୁକଥା ଶୁଣି ତାଙ୍କୁ କୋଳାଗ୍ରତ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଇଣ୍ଡିଆନ୍‌ ପୋଲିସ ଫାଉଣ୍ଡେଶନ ପକ୍ଷରୁ ଟୁଇଟରରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି। କ୍ୟାପ୍‌ଶନରେ ଲେଖାଯାଇଛି, ଏହି କନଷ୍ଟେବଳ ଜଣକ ସବୁ ପୋଲିସ ଅଧିକାରୀଙ୍କ ପାଇଁ ଉଦାହରଣ। ତାଙ୍କ ସମ୍ବେଦନଶୀଳତା ଏବଂ ସହାନୁଭୂତି ଦେଖନ୍ତୁ, ବୃଦ୍ଧା ମହିଳା ଜଣଙ୍କ କଥାକୁ ଧ୍ୟାନର ସହ ଶୁଣି ତାଙ୍କ ଆଖିରୁ ଲୁହ ପୋଛୁଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ୟୁଜର୍ସ ମାନେ ଉକ୍ତ କନ୍‌ଷ୍ଟେବଳଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Share