ପୁଅର ମୃତଦେହ ଆଣିବାକୁ ଏହି ପ୍ରସିଦ୍ଧ ଗାୟକଙ୍କୁ ଦେବାକୁ ପଡିଥିଲା ଲାଞ୍ଚ

ଗଜଲ ଗାୟକ ଜଗଜିତ ସିଂ କମ ବୟସରେ ପୁଅକୁ ହରାଇଥିଲେ। ତାଙ୍କ ପୁଅ ୨୦ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ପୁଅର ମୃତ୍ୟୁ ପରେ ଜଗଜିତ ସିଂ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ପୁଅର ମୃତଦେହ ଆଣିବାକୁ ତାଙ୍କୁ ଲାଞ୍ଚ ଦେବାକୁ ପଡିଥିଲା। ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ଏହି ଖୁଲାସା କରିଛନ୍ତି।
ମହେଶ ଭଟ୍ଟ କହିଛନ୍ତି, ଜଗଜିତ ସିଂଙ୍କ ପୁଅ ଦୁର୍ଘଟଣାରେ ମୃତ୍ୟୁ ପରେ ସେ ମୋତେ କହିଥିଲେ ତାଙ୍କ ପୁଅର ମୃତଦେହ ପାଇବା ପାଇଁ ତାଙ୍କୁ ଜୁନିଅର ଅଫିସରମାନଙ୍କୁ ଲାଞ୍ଚ ଦେବାକୁ ପଡିଥିଲା ଏବଂ ସେତେବେଳେ ତାଙ୍କର ଫିଲ୍ମ ‘ସାରାଂଶ’ କଥା ମନେ ପଡିଥିଲା। ଜଣେ ସାଧାରଣ ମଣିଷ ମୃତ ଶରୀର ସଂଗ୍ରହ କରିବା ପାଇଁ ଏତେ ସଂଘର୍ଷ କରେ, ତାହା ଫିଲ୍ମରେ ଦର୍ଶାଯାଇଥିଲା।
ଜଗଜିତଙ୍କ ସ୍ତ୍ରୀ ଚିତ୍ରା ସିଂ ମଧ୍ୟ ଜଣେ ପ୍ରସିଦ୍ଧ ଗାୟକ ଥିଲେ। ଏହି ଦମ୍ପତିଙ୍କର ଏକ ଝିଅ ମଧ୍ୟ ଥିଲେ, ଯିଏକି ୨୦୦୯ରେ ମୃତ୍ୟୁବରଣ କରିଥିଲେ।

Share