Categories: ଫୁରସତ

ପୁଅର ସ୍ମାର୍ଟଫୋନ୍‌ ନିଶା ଦୂର କରିବା ପାଇଁ ୨୨୦୦ କିମି ଯାତ୍ରା କଲେ ପିତା

ଆଜିକାଲି ଛୋଟ ଛୁଆଠାରୁ ଆରମ୍ଭ କରି ବଡ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନରେ ଗେମ ନ ଖେଳିଲେ ଖାଉ ନାହାଁନ୍ତି। ଯେଉଁ ବୟସରେ ବାହାରେ ବୁଲି ଖେଳ କୁଦ କରିବା କଥା ସେତେବେଳେ ଘରେ ବସି ସ୍ମାର୍ଟଫୋନରେ ଗେମ ଖେଳୁଛନ୍ତି। ଏହି ନିଶାରୁ ପିଲାଙ୍କୁ ଦୂରେଇ ରଖିବା କାଠିଗର ପାଠ ହୋଇଯାଇଛି। କାନାଡାର କ୍ୟାଲଗୋରିରେ ରହୁଥିବା ଜେମି କ୍ଲାର୍କ ୧୮ ବର୍ଷୀୟ ପୁଅ ସ୍ମାର୍ଟଫୋନ ନିଶା ଦେଖି ବେଶ୍‌ ଚିନ୍ତିତ ଥିଲେ। ଏହି ଅଭ୍ୟାସରୁ ପୁଅକୁ ଦୂରେଇବା ପାଇଁ ସେ ଏକ ନିଆରା ଉପାୟ ଚିନ୍ତା କରିଥିଲେ। ଜେମି ପୁଅକୁ ଧରି କାନାଡାଠାରୁ ୮ ହଜାର କିମି ଦୂର ମଙ୍ଗୋଲିଆ ଯାତ୍ରା କଲେ। ସେଠାରେ ଏକ ମାସ ଧରି ପାଖାପାଖି ୨୨ ହଜାର କିମି ଲମ୍ବା ଯାତ୍ରା କାଳରେ ସେ ପୁଅକୁ ଏମିତି ଯାଗା ସବୁ ବୁଲାଇଲେ ଯେଉଁଠାରେ ଇଣ୍ଟରନେଟ୍‌ ନ ଥିଲା। କେବଳ ଥିଲା ପ୍ରକୃତିର ସମ୍ଭାର। ବାଇକ୍‌ରେ ବସି ଉଭୟ ବାପପୁଅ ପ୍ରକୃତିର ଶୋଭାରାଜିରେ ନିଜକୁ ହଜେଇ ଦେଇଥିଲେ। ଏହି ସମୟରେ ପୁଅକୁ ଏକ ଭିନ୍ନ ରୂପରେ ଦେଖିବାକୁ ପାଇଥିଲେ ଜେମି। ସ୍ମାର୍ଟଫୋନଠାରୁ ଦୂରେଇ ରହି ପ୍ରକୃତିକୁ ଉପଭୋଗ କରିବାରେ ସେ ଯେତିକି ଖୁସି ଥିଲା ସ୍ମାର୍ଟଫୋନ ବ୍ୟବହାର କରିବାବେଳେ ସେ ସେତିକି ଖୁସି ନ ଥିବା ଜେମି କହିଛନ୍ତି। ଏହି ଲମ୍ବା ଯାତ୍ରା କାଳରେ ଜେମି ପୁଅର ସ୍ମାର୍ଟଫୋନ ନିଶାକୁ ଦୂରେଇବାରେ ସକ୍ଷମ ହୋଇଥିଲେ।

Share