ପୁଅର ୨ୟ ଜନ୍ମଦିନରେ ଗାଁ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ଦମ୍ପତ୍ତି

ନୂଆପଡା ଅଫିସ,୧୬ା୪- ନୂଆପଡ଼ା ଜିଲା ବୋଡେନ ବ୍ଲକ ଟିମନପୁର ଗାଁରେ ନରେଶ ଦଣ୍ଡସେନା ଓ ତାଙ୍କ ସ୍ତ୍ରୀ ଲିଲିମା ନିଜର ୨ ବର୍ଷର ପୁଅ ଅର୍ଣ୍ଣବ ଆଦିତ୍ୟଙ୍କର ୨ୟ ଜନ୍ମଦିନକୁ ଗୁରୁବାର ଭିନ୍ନ ଢଙ୍ଗରେ ପାଳିଛନ୍ତି। କରୋନା ଦ୍ୱାରା ପ୍ରଭାବିତ ଗରିବ ପରିବାରକୁ ଏହି ଦମ୍ପତ୍ତି ୩୦ହଜାର ଟଙ୍କାର ଖାଦ୍ୟ ସାମଗ୍ରୀ ସହ ସମସ୍ତ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରିଛନ୍ତି। ନିଜେ କୁନିଶିଶୁ ଅର୍ଣ୍ଣବ ଆଦିତ୍ୟ ଏ ସବୁ ନିଜ ହାତରେ ଲୋକଙ୍କୁ ବାଣ୍ଟିଥିଲେ। ଏଥିରେ ତାଙ୍କର ଅଜାଆଈ ଫୁଲଚନ୍ଦ ଏବଂ ଅଞ୍ଜଳିଙ୍କ ସହ ପଡୋଶୀ ଘରର ଶିଶୁମାନେ ମଧ୍ୟ ସାମିଲ ହୋଇଥିଲେ।