Categories: ଜାତୀୟ

ପୁଅ କଲେ ଗାଡି ଦୁର୍ଘଟଣା, ପୋଲିସକୁ ଫୋନ୍‌ କରି ଡାକିଲେ ଏମ୍‌ପି

କୋଲକାତା, ୧୬।୮: ଭାଜପା ଏମ୍‌ପି ରୂପା ଗାଙ୍ଗୁଲୀଙ୍କ ପୁଅ ଆକାଶ ମୁଖାର୍ଜୀ ପୋଲିସ୍‌ ଅଟକ ରଖିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ପଚରାଉଚୁରା କରୁଥିବା ଜଣାପଡିଛି। ୨୧ ବର୍ଷୀୟ ଆକାଶଙ୍କ ନାଁରେ ଧାରା ୪୨୭, ୨୭୯ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଆକାଶ କୋଲକତାର ଏକ କ୍ଲବରୁ ନିଜ ଗାଳିରେ ଫେରୁଥିବାବେଳେ ତାଙ୍କ ଘର ପାଖାପାଖି ଥିବା ଏକ ଘର ପାଖରେ ଥିବା ଏକ ଘର କାନ୍ଥ ବାଡେଇ ଦେଇଥିଲେ। କାନ୍ଥର କିଛି ଭାଗ ଭାଙ୍ଗି ତାଙ୍କ କାର୍‌ ଉପରେ ପଡିଯାଇଥିଲା। ଫଳରେ ସେ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ତାଙ୍କ ମା’ ରୂପା ଗାଙ୍ଗୁଲୀ ତୁରନ୍ତ ପୋଲିସକୁ ଡକାଇଥିଲେ। ଏନେଇ ସେ ଟୁଇଟ କରି କହିଛନ୍ତି, ମୁଁ ମୋ ପୁଅକୁ ବହୁତ ଭଲ ପାଏ, କିନ୍ତୁ ଆଇନକାନୁନ ତା’ ବାଟରେ କାମ କରିବ। ଦୟାକରି ଏହାକୁ ରାଜନୀତିକରଣ ନ କରାଯାଉ ବୋଲି ସେ କହିଛନ୍ତି। ନିଜ ଟୁଇଟ୍‌ରେ ସେ ପ୍ରଧାନମନ୍ତନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରିଛନ୍ତି।

Share