ପୁଅ ପାଇଁ ମୁଁ ଗର୍ବିତ: ଅମିତାଭ

ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ପୁଅ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଖୁସିର ନୋଟ ଶେୟାର କରିଛନ୍ତି। ବିଗ ବି’ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭିଷେକଙ୍କ ପାଇଁ ଏକ ଭାବପ୍ରବଣ ନୋଟ ଲେଖିଥିଲେ। କାରଣ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଘୁମର’ ଏକ ଆଓ୍ବାର୍ଡ ଶୋ’ରେ ତିନୋଟି ପୁରସ୍କାର ଜିତିଥିଲା। ଅମିତାଭ ତାଙ୍କ ନୋଟରେ କହିଛନ୍ତି ଯେ ସେ ଅଭିଷେକଙ୍କ ପାଇଁ ଗର୍ବିତ।
ଅମିତାଭ ବଚ୍ଚନ ଅଭିଷେକ ବଚ୍ଚନ ଏବଂ ସାୟାମି ଖେରଙ୍କ ଫିଲ୍ମ ‘ଘୁମର’ର ପୋଷ୍ଟର ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ମୋର ପ୍ରାର୍ଥନା, ପ୍ରଶଂସା ଏବଂ ତୁମ ପାଇଁ ଅଭିଷେକ, ତୁମେ ମୋତେ ଗର୍ବିତ କରିଛ। ତୁମେ ସବୁଠୁ ଯୋଗ୍ୟ, କେବଳ ଏହା ନୁହେଁ, ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ତୁମକୁ ବହୁତ ଭଲ ପାଇବା। ଏହା ସହିତ ବିଗ ବି ଲାଲ ହାର୍ଟ ଇମୋଜି ଦେଇଛନ୍ତି।ଏହି ପୋଷ୍ଟଟି ଶେୟାର ହେବାର କିଛି ସମୟ ପରେ ଅଭିଷେକ କମେଣ୍ଟ ବିଭାଗରେ ଫୋଲଡ ହାତ ଏବଂ ହସୁଥିବା ଇମୋଜି ସହିତ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଅଗଷ୍ଟ ୨୦୨୩ରେ ମୁକ୍ତିଲାଭ କରିଥିବା ‘ଘୁମର’ ହେଉଛି ଅଭିଷେକ ବଚ୍ଚନ, ସାୟାମି ଖେର, ଶବାନା ଆଜମୀ ଏବଂ ଅଙ୍ଗଦ ବେଦୀ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଏକ କ୍ରୀଡା ଡ୍ରାମା।

Share