ପୁଅ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ଗୋଟିଏ ପରିବାରର ୫ ସଦସ୍ୟ

ବିଜେପୁର,୨୩ା୪(ଡି.ଏନ୍‌.ଏ.) : କୋଭିଡ-୧୯ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଏଭଳି ସମୟରେ ପୁଅ ପାଇଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ମା’ଙ୍କ ସମେତ ୫ଜଣ ସଦସ୍ୟ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ପଡ଼ିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁଯାୟୀ, ଏହି ପଞ୍ଚାୟତ ସଦରମହକୁମାର ଈଶ୍ବର ମେହେର ହାରଭେଷ୍ଟର ଡ୍ରାଇଭର ଭାବେ କାମ କରନ୍ତି। ଭଦ୍ରକ ଜିଲାର ଜଣେ ମାଲିକଙ୍କ ନିକଟରେ ହାର୍‌ଭେଷ୍ଟରର ଡ୍ରାଇଭର କାମ କରିବାକୁ ପୂର୍ବରୁ ଚୁକ୍ତି ହୋଇଥିଲା। ହେଲେ ଲକ୍‌ଡାଉନ୍‌ କଟକଣା ଯୋଗୁ ସେ ନିର୍ଦ୍ଦିଷ୍ଟ ସମୟରେ ଉକ୍ତ ମାଲିକଙ୍କ ପାଖରେ ପହଞ୍ଚି ପାରି ନ ଥିଲେ। ଫଳରେ ମାଲିକ ସିଧାସଳଖ ଏକ କାର୍‌ ନେଇ ମଙ୍ଗଳବାର ରାତିରେ ଖରମୁଣ୍ଡାରେ ପହଞ୍ଚିଥିଲେ। ସଂପୃକ୍ତ ମାଲିକଙ୍କ ସହ ଆଉ ଜଣେ ତାଙ୍କର ଘରକୁ ଆସି କିଛି ସମୟ କଥାବାର୍ତ୍ତା ହେବା ପରେ ତାଙ୍କୁ ନେଇ ସେମାନେ ଭଦ୍ରକ ଫେରି ଯାଇଥିଲେ। ଏହି ଖବର ଗାଁରେ ବୁଧବାର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚ ସୁବାସିନୀ ଡନସନା ତାଙ୍କର ଘରକୁ କଣ୍ଟା ପକାଇ ଘେରି ଦେଇଥିଲେ। ତେଣୁ ଉକ୍ତ ପରିବାରର ଈଶ୍ବର ମେହେରଙ୍କ ମା’, ସ୍ତ୍ରୀଙ୍କ ସହିତ ତିନିଜଣ ପିଲା ବନ୍ଦୀ ହୋଇ ରହିଯାଇଥିଲେ। ଦିନତମାମ ଏହି ପରିବାର ବନ୍ଦୀ ହୋଇଥିବାର ଭିଡିଓ ଭାଇରାଲ ହେବା ପରେ ସନ୍ଧ୍ୟାରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ଉକ୍ତ ଗ୍ରାମରେ ପହଞ୍ଚି ସଂପୃକ୍ତ ପରିବାରକୁ ଉଦ୍ଧାର କରିଥିଲେ। ଗୁରୁବାରରୁ ୧୪ଦିନ ପାଇଁ ସେମାନଙ୍କୁ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ବିଡିଓ ପରାମର୍ଶ ଦେଇଥିଲେ। ତେଣୁ ତାଙ୍କର ଖାଦ୍ୟପେୟ ପାଇଁ ପ୍ରଶାସନ ପକ୍ଷରୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଇଛି। ସେହିପରି ପାନୀୟ ଓ ସ୍ନାନ ଶୌଚ ପାଇଁ ଟ୍ୟାଙ୍କରଟିଏ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବଞ୍ଚିଲେ ଚାଷ ବଞ୍ଚିବ

ବରଗଡ଼୍‌,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ସମାଜବାଦୀ ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ!

କେସିଙ୍ଗା,୨୮।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ମନେରେଗା ଯୋଜନାରେ ହୋଇଥିବା କାମର କେସ ରେକର୍ଡ ଭିଜିଲାନ୍ସ...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ...

ଗଛରେ ରଶି ଲଗାଇ  ଝୁଲିପଡିଲେ ଯୁବକ

ବାଲିଗୁଡ଼ା,୨୮।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜଣେ ୨୨ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri