Categories: ଖେଳ

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ ସିନ୍ନାସ୍ବାମୀଙ୍କ କ୍ଷେତ୍ରରେ ଏହା ବିପରୀତ ଘଟିଛି। ରେଳ ଷ୍ଟେଶନରେ ବିସ୍କୁଟ ବିକି ପୁଅକୁ ବିଶ୍ୱର ସର୍ବଶ୍ରେଷ୍ଠ ବୋଲ୍‌ ଭାବେ ଗଢିେfତାଳିଲେ। କିନ୍ତୁ ସେ କୋଟି କୋଟି ଟଙ୍କା ଆୟ କଲା ପରେ ବି ସିନ୍ନାସ୍ବାମୀ ଆଜି ବି ବିସ୍କୁଟ ବିକୁଛନ୍ତି। ସିନ୍ନାସ୍ବାମୀଙ୍କ ପୁଅ ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ସ୍ପିନର୍‌ ମୁଥୟା ମୁରଲିଧରନ୍‌। ଏନେଇ ସେ କୁହନ୍ତି, ମୁଁ କେବେ ବି ପୁଅ ନାଁ ନେଇ ବ୍ୟବସାୟ କରିବାକୁ ଚାହେଁ ନାହିଁ। ମୁଁ ବଞ୍ଚିଥିବା ଯାଏ ମୋ ପେଶା କେବେ ଛାଡିବି ନାହିଁ। ମୁଁ ଜାଣି ମୁଁ ପୁଅର ପରିଚୟ ଦେଲେ ମୋତେ ବହୁତ ଲାଭ ମିଳିବ କିନ୍ତୁ ମୁଁ ଏହା କରିବାକୁ ଚାହେଁ ନାହିଁ। ସୂଚନାଯୋଗ୍ୟ, ସିନ୍ନାସ୍ବାମୀ ସବୁବେଳେ ସରଳ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ଧଳା ଲୁଙ୍ଗି ଏବଂ ଶାର୍ଟ ପିନ୍ଧି ସକାଳୁ ସକାଳୁ ଷ୍ଟେଶନରେ ବୁଲି ବିସ୍କୁଟ ବିକନ୍ତି।

Share