ପୁଓର ଚିକିଛା ଲାଗି ବାପ୍‌ ବାରଦୁଆର ଘଟନା:ସାହାଯ୍‌ ଲାଗି କଥା ଦେଲେ ବିଧାୟିକା

 

ଅତାବିରା, ୧୭।୮ (ଡି.ଏନ୍‌.ଏ.):
ବରଗଡ଼ ଜିଲା ଅତାବିରା ବ୍ଲକ ଚାବିରିପାଲିର ମୂଲ ବାସିନ୍‌ଦା ରାମ ଜାଲକଁର ପୁଓ ଶଙ୍କର ଜାଲ(୮)। ଜନ୍‌ମୁ ଶଙ୍କରର ମଲଦୁଆର ନଁାଇଁନ। ଇଆଡ଼େ ରାମ ଝନେ ନିହାତି ଗରିବ୍‌ ହେଇଥିଲାବେଲେ ବାହାଜାଂଗଲ ମାଜି କୁଟୁମ୍‌ ପୁଷୁଛନ୍‌। ସେ ପୁଓର ଚିକିଛା ଲାଗି ବୁର୍ଲାନୁ କଟକ ତକ୍‌ ଯାଇ ସରବ୍‌ସୁଅଁାତ୍‌ ହେଇଛନ୍‌। ହେଲେ ପୁଓ ପୂରା ନୁକୋ ନାଇଁ ହେଲା। ଡାକ୍‌ତର ଶଙ୍କରର ପେଟ୍‌ରେ ଗୁଟେ କଣା କରି ମଳ ବାହାରବାର ବେବସ୍‌ତା କରିଛନ୍‌। ଡାକ୍‌ତରକଁର କହେବାର ହିସାବେ ଶଙ୍କରକେ ପୂରା ଠିକ୍‌ କରବାକେ ହେଲେ ବୁହୁତ୍‌ ଟଁକା ଦରକାର। ଇଆଡ଼େ କୁଟୁମବସିଆ ରାମ ପୁଓର ଚିକିଛା ସାହାଯ୍‌ ଆଶ୍‌ରେ ଭେଡ଼େନ ବ୍ଲକ ବଡପିପିଲିପାଲରେ ଥିବାର ଝନେ ଲାଗେଲେସର ଘରରେ ବଛ୍‌ରେ ପାଖାପାଖି ହେଲା ଡେରା ପକେଇଛନ୍‌। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କଣରେ ଗଲା ଗୁରୁବାର ଅଗଷ୍ଟ ୧୫ ତାରିଖ୍‌ ‘ପୁଓର ଚିକିଛା ଲାଗି ବାପ୍‌ ବାରଦୁଆର, ସରକାରୀ ସାହାଯ୍‌ ଆଶ୍‌ରେ ପରିବାର’ ଶୀରଷକ୍‌ରେ ଖବର ବାହାରିଥିଲା। ଇ ଖବର ପଢ଼ି ଅତାବିରା ବିଧାନସଭା ମଣ୍ଡଳିର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ୧୫ ତାରିଖ୍‌ ବେଲବୁଡ଼େ ରାମ ଜାଲ ରହୁଥିବାର ବଡ଼ପିପିଲିପାଲି ଗଁାରେ ପୁହୁଁଚିଥିଲେ। ସେ ପରିବାର ଲୁକ୍‌କୁ ଶଙ୍କରକଁର ଦିହିପା, ହାଲଚାଲ ପଚାରି ବୁଝିଥିଲେ। ପରିବାର ଲୋକ୍‌ ବିଧାୟିକାକୁଁ ଶଙ୍କରକଁର ପୂରବର ଚିକିଛା କାଗଜପତର ଦେଖେଇଥିଲେ। ବିଧାୟିକା ଶଙ୍କରକଁର ଚିକିଛା କଟକରେ କରାଯିବା ଆର ସେଥିରଲାଗି ମୁଇଁ ସହଯୋଗ କରମି। ସେନ୍‌ତା କଟକରେ ସାହାଯ୍‌ କରବାର ଲାଗି ଗୁଟେ ପିଲାକେ ଇଠାନୁ ତମର ସଂଗେ ପଠାଯିବା। କଟକ ଯିବାର ଆଘର ଦିନ ସବୁ କାଗଜପତର ଧରି ବରଗଡ଼ ଆସି ମୋର ଘରେ ରହିବ, ସେଥିରଲାଗି ମୁଇଁ ବେବସ୍‌ତା କରିଦେମି ବଲି ବିଧାୟିକା ପରିବାର ଲୁକ୍‌କୁ କଥା ଦେଇଥିବାର ଜନାଯାଇଛେ। ସେନ୍‌ତା ଇ ଦୁଖି ପରିବାରକେ ସରକାରୀ ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରବାର ଲାଗି ପପଙ୍ଗା ରାଜସ୍ବ ନିରୀକ୍ଷକ ରାକେଶ କୁମାର ବେଶନ ପୀଡ଼ିତ ଶଙ୍କରକଁର ସମେତ ତାକର ମା’ବାପ୍‌ର ଆଧାର କାର୍ଡ, ଉନିଆ କାଗଜପତର ନେଇ ତହସିଲଦାରକଁର ଅଫିସରେ ଦାଖଲ କରିଥିବାର ଜନାଯାଇଛେ।

Share