ପୁଓର ଚିକିଛା ଲାଗି ବାପ୍‌ ବାରଦୁଆର: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ଅତାବିରା, ୧୫।୮ (ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଚିକିଛା ସୁବିଧା ଲାଗି ସ୍ବାସ୍ଥ୍ୟ ବୀମା ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଶିକ୍ଷାଦୀକ୍ଷା ହେଉ କି ସରକାରୀ ପରଚାର ପରସାରର ଅଭାବ, ଆଏଜ୍‌ ବି ଅନେକ୍‌ ଗରିବ୍‌ ଦୁଖି ଇ ସରକାରୀ ସୁବିଧାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଂଚଲରେ।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ଅତାବିରା ବ୍ଲକ ଚାବିରିପାଲିର ମୂଲ ବାସିନ୍‌ଦା ରାମ ଜାଲ(୪୦)। ପରିବାର କହେଲେ ମାଏକିନା ସୁବାଶିନୀ(୩୫), ତିନ୍‌ ପୁଓ କୃଷ୍ଣ(୧୮), ଶଙ୍କର(୮), ସଞ୍ଜୟ(୧)କେ ନେଇ ତାକର ସଁସାର। ରାମକଁର ଦୁତୀଅ ପୁଓ ଶଙ୍କର ଜନମ୍‌ ହେଲାବେଲେ ତାର ମଲଦୁଆର ନାଇଁଥାଇ। ଏନ୍‌ତାଥି ସେ ପୁଓକେ ବୁର୍ଲାନୁ ମୂଲକରି କଟକ ତକ୍‌ ନେଇ ଚିକିଛା କରେଇ ସରବ୍‌ସୁଅଁାତ୍‌ ହେଲେ। ହେଲେ ପୁଓ ପୂରା ନୁକୋ ନାଇଁ ହେଲା। ଡାକ୍‌ତର ଶଙ୍କରର ପେଟ୍‌ରେ ଗୁଟେ କଣା କରି ମଳ ବାହାରବାର ବେବସ୍‌ତା କରିଛନ୍‌। ଡାକ୍‌ତରକଁର କହେବାର ହିସାବେ ଶଙ୍କରକେ ପୂରା ଠିକ୍‌ କରବାକେ ହେଲେ ବୁହୁତ୍‌ ଟଁକା ଦରକାର। ଇଆଡ଼େ ରାମ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ ବାହାଜାଂଗଲ ମାଜି କୁଟୁମ୍‌ ପୁଷୁଛନ୍‌। ଯାହା ପାରଲେ ଲାଗେଲେସରକଁରନୁ ଧାର ଉଧାର କରି ପୁଓର ଚିକିଛା କରେଇଛନ୍‌। ଏହେଦେ ଶଙ୍କରକେ ୮ ବଛର ହେଲାନ, ହେଲେ ଏନ୍‌ତା ସମସିଆର ଲାଗି ସେ ସ୍କୁଲ ଯିବାର ମୂଲ କରି ନାଇଁପାରି। ଇଆଡ଼େ କୁଟୁମବସିଆ ରାମ ପୁଓର ଚିକିଛା ସାହାଯ୍‌ ଆଶ୍‌ରେ ଭେଡ଼େନ ବ୍ଲକ ବଡପିପିଲିପାଲରେ ଥିବାର ଝନେ ଲାଗେଲେସର ଘରରେ ବଛ୍‌ରେ ପାଖାପାଖି ହେଲା ଡେରା ପକେଇଛନ୍‌। ହେଲେ ରାମ ଉପେ ଶୂଇନ୍‌ ହେଇ ପୁଓର ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟ ଜରିଆରେ ପରଶାସନ, ବେସରକାରୀ ଅନୁଷ୍ଠାନ, ସହୁରୁଦ୍‌ ଲୁକ୍‌କୁଁ ଗୁହାରି କରିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକ ଆର ଅତାବିରା ବିଡିଓ ପ୍ରଣବ ଚାନ୍ଦକୁଁ ପଚରାଲାରୁ ଉଭଏ ପରଶାସନ ତରଫୁ ଶଙ୍କରର ଚିକିଛା ଲାଗି ବେବସ୍‌ତା କରାଯିବା ବଲି କହିଥିଲେ।