Categories: ଜାତୀୟ

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲାର ନିୟନ୍ତ୍ରଣ ରେଖାଠାରେ ଥିବା ସୁନ୍ଦରବାଣୀ ସେକ୍ଟରର ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନ ପୋଷ୍ଟ ଗୁଡ଼ିକରୁ ମୋର୍ଟାର ସେଲିଂ ମାଡ଼ କରାଯାଇଛି। ଏହାର ଜବାବ୍‌ରେ ଭାରତୀୟ ପୋଷ୍ଟଗୁଡ଼ିକରୁ ମଧ୍ୟ ଗୁଳିଗୋଳା ମାଡ଼ ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ନିୟନ୍ତ୍ରଣ ରେଖାରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ସୁରକ୍ଷା ଦୃଷ୍ଟିରୁ ସୀମାବର୍ତ୍ତୀ ଗାଁ ଗୁଡ଼ିକୁ ଖାଲି କରି ଦିଆଯାଇଥିବା କୁହାଯାଉଛି। ଜୁଲାଇ ୨୦ରେ ମଧ୍ୟ ପାକିସ୍ତାନ ପୁଞ୍ଚ୍‌ର ମେଣ୍ଢାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

Share