Categories: ଜାତୀୟ

ପୁଞ୍ଛ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀର ପୁଞ୍ଛ ଜିଲାର ଶାହପୁରରେ ସୋମବାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଭାରତୀୟ ସେନା କ୍ୟାମ୍ପ ଉପରକୁ ପାକିସ୍ତାନ ସେନା ଗୁଳିଗୋଳା ବର୍ଷଣ କରିଛି। ଏହାର ପ୍ରତି ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାପରେ ଲଗାତାର ଭାବେ ସେ ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ଲାଗିଛି। ତେବେ ଭାରତ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଉଛି।

Share