ନୂଆଦିଲ୍ଲୀ,୧୮।୪: ରିଜର୍ଭ ବ୍ୟାଙ୍କ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଦ୍ୱିତୀୟ ବୁଷ୍ଟର ପ୍ୟାଜେକ ଘୋଷଣା କରିବା ପରେ ଏହାର ପ୍ରଭାବ ଦେଶର ପୁଞ୍ଜିବଜାର ଉପରେ ପରିଲକ୍ଷିତ ହୋଇଛି। ଶୁକ୍ରବାର ନିବେଶକଙ୍କ ସମ୍ପତ୍ତିରେ ୨.୮୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୯୮୬ ପଏଣ୍ଟ ବୃଦ୍ଧି ଘଟିଥିବା ଜଣାପଡିଛି। ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେ୍ନସେକ୍ସ ୯୮୬.୧୧ ପଏଣ୍ଟ ବା ୩.୨୨% ବୃଦ୍ଧି ଘଟି ୩୧.୫୮୮.୭୨ ସ୍ତରରେ ବନ୍ଦ ହୋଇଛି। ଆର୍ବିଆଇର ପଦକ୍ଷେପ ବଜାରରେ ଅତିରିକ୍ତ ନଗଦ ଏବଂ ବିତ୍ତୀୟ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ରେଲିଗାରେ ବ୍ରୋକିଂ ଲିମିଟେଡ୍ର ରିସର୍ଚ୍ଚ ବିଭାଗ ଉପସଭାପତି ଅଜିତ ମିଶ୍ର କହିଛନ୍ତି।