ପୁଞ୍ଜି ପ୍ରତ୍ୟାହାରରୁ ୧.୦୫ ଲକ୍ଷ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨-୧୦: ସରକାର ଚଳିତ ବର୍ଷ ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଯୋଜନା ରଖିଛନ୍ତି। ଚଳିତ ଆର୍ଥତ୍କବର୍ଷ ଏହି ଉଦ୍ୟୋଗଗୁଡିକର ଅଂଶଧନ ବିକ୍ରିରୁ ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ପ୍ରସ୍ତାବ ରହିଛି। ଏହାକୁ ଧ୍ୟାନରେ ରଖି ସରକାର ନିଜର ମେଗା ଦିଓ୍ବାଲି ସେଲ ପ୍ରସ୍ତୁତିରେ ଅଛନ୍ତି। ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) , ବିଇଏମ୍‌ଏଲ୍‌, କଣ୍ଟେନର କର୍ପୋରେଶନ ଅଫ୍‌ ଇଣ୍ଡିଆ (କନଙ୍କର),ଶିପିଂ କର୍ପୋରେଶନ ଅଫ୍‌ ଇଣ୍ଡିଆର ଭଳି କମ୍ପାନୀର ଷ୍ଟ୍ରାଟେଜିକ ସେଲ୍‌କୁ ସଚିବ ସ୍ତରୀୟ ଗ୍ରୁପ ମଞ୍ଜୁରୀ ପ୍ରଦାନ କରିଛି। ଏହାବାଦ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ଲାଗି ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ପ୍ରସ୍ତୁତ ହେଉଛି। ସେହିଭଳି ଟିଏଚ୍‌ଡିସି ଇଣ୍ଡିଆ ଏବଂ ନେପ୍‌କୋ ଭଳି ୨ ଶକ୍ତି କମ୍ପାନୀର ଅଂଶଧନ ବିକ୍ରିକୁ ଅନୁମୋଦନ ମିଳିଛି। ଏହା ରାଷ୍ଟ୍ରାୟତ୍ତ ଏନ୍‌ଟିପିସି ଦ୍ୱାରା ଅଧିଗ୍ରହଣ ହୋଇପାରେ।
ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶୀଘ୍ର ଶେଷ କରାଯିବ। ଏହା ପରେ ଇଓଆଇ ଜାରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଉଦ୍ୟୋଗଗୁଡିକର ଅଂଶଧନ ବିକ୍ରି ପ୍ରକ୍ରିୟା କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ କରାଯାଉଥିବା ପ୍ରକ୍ରିୟା ସହ ଜଡ଼ିତ ସରକାରଙ୍କ ୨ ବରିଷ୍ଠ ଅଧିକାରୀ କହିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଏୟାର ଇଣ୍ଡିଆର ଇଓଆଇ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ମେକାନିଜମ ମଞ୍ଜୁରୀ ପ୍ରଦାନ କରିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଏୟାର ଇଣ୍ଡିଆ ଉପରେ ୩୦,୦୦୦ କୋଟି ଟଙ୍କାର ଋଣ ଭାର ରହିଥିବା ବେଳେ ଏହା ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହାକୁ କ୍ରୟ କରିବାକୁ ଚାହୁଁଥିବା ନିବେଶକଙ୍କ ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ସ୍ପଷ୍ଟ କରିବେ। ବିଇଏମ୍‌ଏଲ୍‌ ମଞ୍ଜୁରୀ ଚୂଡାନ୍ତ ସ୍ଥିତିରେ ରହିଛି। ଏହାବାଦ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦିପମ୍‌) ବିପିସିଏଲ୍‌, ଏସ୍‌ସିଆଇ ଏବଂ କନଙ୍କରର ଅଂଶଧନ ବିକ୍ରି ଲାଗି ସ୍ବତନ୍ତ୍ର ମେକାନିଜମ ସ୍ଥାପନ କରିବ।
ବିପିସିଏଲରେ ଥିବା ସରକାରଙ୍କ ଅଂଶଧନର ବର୍ତ୍ତମାନ ମାର୍କେଟ ଭାଲ୍ୟୁ ପ୍ରାୟ ୫୫,୦୦୦ କୋଟି ଟଙ୍କା ହେବ। ଷ୍ଟ୍ରାଟେଜିକ ନିବେଶକଙ୍କ ଦ୍ୱାରା କଣ୍ଟ୍ରୋଲ ପ୍ରିମିୟମ ଲାଭ କଲେ ଏହାର ପ୍ରକୃତ ମୂଲ୍ୟ ଆହୁରି ବଢିଯିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଉକ୍ତ କମ୍ପାନୀରେ ସରକାରଙ୍କ ୫୩.୩% ଅଂଶଧନ ରହିଛି। ଏହାର ଅଂଶଧନ ବିକ୍ରି ଦ୍ୱାରା ସରକାର ପ୍ରାୟ ୬୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିବାକୁ ଚାହୁଁଥିବା ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଏଥିଲାଗି ସଂସଦର କୌଣସି ମଞ୍ଜୁରୀ ଲୋଡା ପଡିବ ନାହିଁ। ଏହି ପ୍ରସଙ୍ଗରେ ବିଚାର ବିମର୍ଷ କରିବା ପରେ ଏହା ଜଣାପଡିଛି ବୋଲି ସେ ପ୍ରକାଶ କରିଛନ୍ତି। ଏହାବାଦ ବିଇଏମ୍‌ଏଲ୍‌ରେ ସରକାରଙ୍କ ୫୪% ଅଂଶଧନ ଥିବା ବେଳେ ଏହାର ବଜାର ମୂଲ୍ୟ ୨,୧୦୦ କୋଟି ହେବ। ସେହିଭଳି କଙ୍କରରେ ୫୪.୮% (ମୂଲ୍ୟ- ୨୦,୦୦୦ କୋଟି), ଏସ୍‌ସିଆଇରେ ୭୩.୭୫%(ମୂଲ୍ୟ- ୧୩୦୦ କୋଟି) ରହିଛି। ଚଳିତ ଆର୍ଥତ୍କ ବର୍ଷର ଆଉ ୬ ମାସ ସମୟ ବାକି ଥିବା ବେଳେ ଷ୍ଟ୍ରାଟେଜିକ ସେଲ୍‌ ଏବଂ ପବ୍ଲିକ ଅଫର ଲାଗି ସରକାର ପ୍ରକ୍ରିୟା ତ୍ୱରାନ୍ବିତ କରିଛନ୍ତି। କର୍ପୋରେଟ ଟିକସ ହ୍ରାସ ହେବା ପରେ ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି ସରକାର ପୁଞ୍ଜି ପ୍ରତ୍ୟାହାର ସହ ଅନ୍ୟ ଦିଗରୁ ଅର୍ଥ ଯୋଗାଡ କରୁଛନ୍ତି। ସୋମବାର ଆଇଆର୍‌ସିଟିସି ଲାଗି ଇନିସିଆଲ ପବ୍ଲିକ ଅଫର(ଆଇପିଓ) ଜାରି କରାଯାଇଛି। ସୂଚନା ଯୋଗ୍ୟ ସରକାର ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ୮୦,୦୦୦ କୋଟି ଟଙ୍କା ଏବଂ ୨୦୧୭-୧୮ ଲାଗି ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଚଳିତ ବର୍ଷର ଧାର୍ଯ୍ୟ ଲକ୍ଷ ଏହାଠାରୁ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri