Categories: ବାଣିଜ୍ୟ

ପୁଞ୍ଜି ପ୍ରବାହକୁ ପ୍ରଭାବିତ କରିବ ବାଣିଜ୍ୟ ଯୁଦ୍ଧ

ନୂଆଦିଲ୍ଲୀ,୨୦-୧୦: ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଏବଂ ସଂରକ୍ଷଣବାଦ ବିଶ୍ୱ ସ୍ତରରେ ଅନିଶ୍ଚିତତା ସୃଷ୍ଟି କରୁଛି। ଏହା ଦ୍ୱାରା ସାମଗ୍ରୀ ପୁଞ୍ଜି ଏବଂ ସେବା କ୍ଷେତ୍ରରେ ଅର୍ଥର ପ୍ରବାହ ପ୍ରଭାବିତ ହେଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ବିଶ୍ୱସ୍ତରରେ ମାନ୍ଦାବସ୍ଥା ବିରୋଧରେ ଲଢେଇ ପାଇଁ ଠିକ୍‌ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ବିଶ୍ୱ ସ୍ତରରେ ଅଭିବୃଦ୍ଧି ଲାଗି ବହୁପାକ୍ଷିକ ଯୋଜନା ସହ ଅଗ୍ରସର ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଏକ ପ୍ଲାନେରୀ ସେସନରେ ଯୋଗଦେଇ ସେ କହିଛନ୍ତି, ବାଣିଜ୍ୟ କ୍ଷେତ୍ରରେ ସମନ୍ବୟ, ଭୌଗୋଳିକ ଅନିଶ୍ଚିତତା, ଉଚ୍ଚ ସ୍ତରର ଋଣ ଭଳି ପ୍ରସଙ୍ଗ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଦୃଢ ସହଯୋଗ ମନୋଭାବର ଆବଶ୍ୟକତା ରହିଛି। ମାନ୍ଦାବସ୍ଥା ବିଶ୍ୱକୁ ସଙ୍କଟ ସ୍ଥିତିକୁ ନେବା ଯାଏ ଅପେକ୍ଷା ନ କରିବାକୁ ସେ ବିଶ୍ୱ ସମୁଦାୟକୁ ଆହ୍ବାନ ଜଣାଇଛନ୍ତି। ବିଶ୍ୱସ୍ତରରେ ଅଭିବୃଦ୍ଧିକୁ ଫେରାଇ ଆଣିବା ଲାଗି ଜି-୨୦ ଦେଶ ସମୂହ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share