Categories: ବାଣିଜ୍ୟ

ପୁଞ୍ଜି ବଜାରରୁ ଏଫ୍‌ପିଆଇ ଉଠାଇନେଲେ ୬,୨୦୦ କୋଟି

ନୂଆଦିଲ୍ଲୀ,୧୪-୧୦: ଚଳିତ ମାସ ୨ ସପ୍ତାହରେ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର(ଏଫ୍‌ପିଆଇ)ମାନେ ଦେଶର ପୁଞ୍ଜି ବଜାରରୁ ୬,୨୦୦ କୋଟି ଟଙ୍କା ପ୍ରତ୍ୟାହର କରି ନେଇଛନ୍ତି। ବିଶ୍ୱ ମାନ୍ଦାବସ୍ଥା ଏବଂ ବାଣିଜ୍ୟ ଯୁଦ୍ଧ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଏଭଳି ଘଟଣା ଦେଖାଯାଇଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ନିବେଶକମାନେ ଇକ୍ୱିଟିରୁ ୪,୯୫୫ କୋଟି ଏବଂ ଡେଟ୍‌ରୁ ୧,୨୬୧ କୋଟି ଉଠାଣ ହୋଇଥିବା ପୁଞ୍ଜି ବଜାର ଡିପୋଜିଟୋରୀ ତଥ୍ୟରୁ ସାମ୍ନାକୁ ଆସିଛି। ଚଳିତ ମାସରେ ବିଦେଶୀ ନିବେଶକମାନେ ୬୫୫୭.୮ କୋଟି ଟଙ୍କା ନିବେଶ କରିଥିଲେ।

Share