Categories: ବାଣିଜ୍ୟ

ପୁଞ୍ଜି ବଜାରରୁ ୩୨୦୭ କୋଟି କାଢି ନେଲେ ଏଫପିଆଇ

ମୁମ୍ବାଇ,୧୩।୫: ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ନିବେଶକମାନେ ୩୨୦୭ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଆମେରିକା ଏବଂ ଚାଇନା ମଧ୍ୟରେ ବ୍ୟବସାୟିକ ଯୁଦ୍ଧ ଯୋଗୁ ନିବେଶକଙ୍କ ଚିନ୍ତା ବଢିଯାଇଛି। ଏହାର ପ୍ରଭାବ ପୁଞ୍ଜି ବଜାରରେ ପଡିଥିବା ଜଣାପଡିଛି। ବିଦେଶୀ ନିବେଶକମାନେ ଫେବୃୟାରୀ, ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଯଥାକ୍ରମେ ୧୧,୧୮୨ କୋଟି, ୪୫,୯୮୧ କୋଟି ଏବଂ ୧୬,୦୯୩ କୋଟି ପୁଞ୍ଜି ବଜାରରେ ନିବେଶ କରିଥିଲେ। ଡିପୋଜିଟୋରୀ ସୂଚନା ମୁତାବକ ଚଳିତ ମାସର ବର୍ତ୍ତମାନ ପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ୧୩୪୪ କୋଟି ଟଙ୍କା ନିବେଶ କରିଥିବା ବେଳେ ୪୫୫୨ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ନିବେଶକମାନେ ୩୨୦୭ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିବା ଜଣାପଡିଛି।

Share