ପୁଡ଼ିଗଲା ଘର: ଭଗବାନ ଭରସାରେ ଭିନ୍ନକ୍ଷମ ମା’ପୁଓ

ପାଟଣାଗଡ଼,୨୯।୪(ଡି.ଏନ.ଏ.): ପାଟଣଗଡ଼ ବ୍ଲକ ଅଧୀନ ଯୋଗୀମୁଣ୍ଡା ପଁଚେତ୍‌ ନେହେନାବନ୍ଧ ଗାଁର ଦିବ୍ୟାଙ୍ଗ ହେମ ପରାଭୁଏକଁର ଘର ଗଲା ରଏବାର ନିଆଁ ଲାଗି ପୁଡ଼ିଯାଇଛେ। ସେଥି ତାକର ସବୁ ଜିନିଷପାତି ପୁଡ଼ି ଖାର ହେଇଯାଇଥିବାର ଜନାପଡ଼ିଛେ।

ସୂଚନା ହିସାବେ ହେମ ସଖାଲୁ ପାନି ଆନବାକେ ଯାଇଥିଲେ। ସେ ପାନି ଧରି ଘରକେ ଫିରଲା ବେଲେ ଘରେ ନିଆଁ ଲାଗିଥିବାର ଦେଖି ପାଖ୍‌ପଡ଼ିଶା ଲୁକ୍‌କୁ ଡାକ୍‌ ପକେଇଥିଲେ। ପଡ଼ିଶା ଲୋକ୍‌ମାନେ ଘଟନା ଥଲରେ ପୁହୁଁଚି ହେମର ଦିବ୍ୟାଙ୍ଗ ପୁଓ ଚଉବନ ପରାଭୁଏକୁଁ ଘରୁ ଉଧାର କରିଥିଲେ। ହେଲେ ନିଆଁରେ ଘରର ସବୁ ଜିନିଷପାତି, ନଗଦ ୩ ହଜାର ଟଁକା, ଆଧାର କାର୍ଡ, ଭୋଟର କାର୍ଡ, ରାଶନ କାର୍ଡ ପୁଡ଼ି ଖାର ହେଇଯାଇଛେ। ହେମର ଘର ପୁଡ଼ବାର ଦେଖି ଥାନୀୟ ଲୋକ ୧୦୧ ନମ୍ବରରେ ଦମକଲ କେନ୍ଦ୍ରକେ ଫୋନ କରିଥିଲେ, ହେଲେ କେହେନ୍‌ସି କାରନ୍‌ରୁ ଫୋନ୍‌ ନାଇଁ ଲାଗଲା। ହେମ ପରାଭୁଏ ଝନେ ମାନସିକ୍‌ ଭିନ୍ନକ୍ଷମ ହେଇଥିଲାବେଲେ ତାକର ପୁଓ ଚଉବନ ବି ମାନସିକ୍‌ ଭିନ୍ନକ୍ଷମ ଆଏ। ଅଭାବ ଅନାଟନ ଲାଗି ଆଏଜ୍‌କେ ୬ ମାସ ହେଲା ତାକର ଆପ୍‌ନେ ବିଶ୍ୱାମିତ୍ର ପରାଭୁଏ ହାଇଦ୍ରାବାଦକେ ଦାଦନ ଖଟିଯାଇଛନ୍‌। ଏନ୍‌ତାଥି ହେମ ଗାଁରେ ଭିଖ୍‌ମାଗି, ପାଖ୍‌ପଡ଼ିଶାକର ଘରର କାମବୁତା କରି ପୁଓକେ ନେଇ ବଡ଼ା ଦୁଖେ ଜୀବନ୍‌ ବିତଉଛନ୍‌। ଏହେଦେ ଘରଟା ବି ପୁଡ଼ିଯିବାର ଲାଗି ମା’ପୁଓ ନିଆଁସି ହେଇଯାଇଛନ୍‌। ହେମର ପାସେ ଖାଲି ବିପିଏଲ୍‌ କାର୍ଡ ଖଁଡ଼େ ଥିଲା, ହେଲେ ସେଟା ବି ନିଆଁରେ ପୁଡ଼ିଯାଇଛେ। ବିପିଏଲ୍‌ କାର୍ଡ ଛଡ଼ା ସେ ଉନିଆଁ କିଛି ସରକାରୀ ସୁବିଧା ସୁଯୋଗ ନାଇଁ ପାଉଥିବାର ଜନାଯାଇଛେ। ନେହେନାବନ୍ଧ ଗାଁବାସୀ ଦିବ୍ୟାଙ୍ଗ ମା’ପୁଓକେ ଯେତେ ଜଲଦି ହେବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକାଘର ଖଁଡ଼େ ଯୁଗେଇ ଦେବାକେ ଦାବି କରିଛନ୍‌।